161 Views
ଭୁବନେଶ୍ୱର : ଶ୍ରୀମନ୍ଦିର ନିକଟରେ ଚାଲିଥିବା ଉଚ୍ଛେଦ ଅଭିଯାନ ସଂକ୍ରାନ୍ତରେ ଅକ୍ଟୋବର ୨୨ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମ୍ କୋର୍ଟ ଗୁରୁବାର ଦିନ କହିଛନ୍ତି।
ଏଥିପାଇଁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ଉଚ୍ଛେଦର ସ୍ଥିତାବସ୍ଥା ଉପରେ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍ କୋର୍ଟ କହିଛନ୍ତି। ଏହାଛଡ଼ା ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଐତିହ୍ୟସମ୍ପନ୍ନ ମଠ ତଥା ସେଭଳି କୌଣସି ଅଟ୍ଟାଳିକା ଭଙ୍ଗାଯିବା ପୂର୍ବରୁ ଶଙ୍କରାଚାର୍ଯ୍ୟ ଓ ବରିଷ୍ଠ ସେବାୟତମାନଙ୍କ ସହ ପରାମର୍ଶ କରାଯିବା ନିହାତି ଜରୁରୀ।