Sun. Mar 8th, 2026

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସ୍ୱେଚ୍ଛାକୃତ ଜମି ଦାନ କଲେ ଲୋକେ

202 Views

ପୁରୀ  :   ଶ୍ରୀମନ୍ଦିରର ୭୫ ମିଟର ପରିଧି ଭିତରେ ଆସୁଥିବା ଜାଗା ମଧ୍ୟରୁ ୭୫ ପ୍ରତିଶତ ଘରୋଇ ଜମିକୁ ଲୋକେ ସ୍ୱେଚ୍ଛାକୃତ ଭାବେ ପ୍ରଦାନ କରିଛନ୍ତି। ଫଳରେ ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ଭାବେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି।

ଲୋକଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।  ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏପଟେ ବିସ୍ଥାପିତଙ୍କ ଲାଗି ଥିବା ଅତିରିକ୍ତ ପ୍ରୋତ୍ସାହନ ରାଶିର ବ୍ୟବସ୍ଥାର ସମୟ ଅବଧି ଗତକାଲିଠୁ ସରିଛି।  ଶ୍ରୀମନ୍ଦିର ସୁରକ୍ଷାବଳୟ ଭିତରେ ଆସୁଥିବ ବିସ୍ଥାପିତ ପରିବାରଙ୍କ ପାଇଁ ଥଇଥାନ ପ୍ୟାକେଜ ସହ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ଥିଲା। ମାତ୍ର ଆଜିଠୁ ବିସ୍ଥାପିତମାନେ ଏଭଳି ସୁବିଧା ପାଇପାରିବେ ନାହିଁ। ଗତକାଲି ଶେଷ ଦିବସ ଥିବାରୁ ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଥାପିତଙ୍କ ଭିଡ଼ ଲାଗିଥିଲା।

By amfnews

Related Post