Tue. Mar 10th, 2026

ଶ୍ରୀନଗର ଉପକଣ୍ଠରେ ଏନଏସଏ ଡୋଭାଲ, ସ୍ଥାନୀୟ ଲୋକଙ୍କ ସହ ପୁଣି କଲେ ଆଲୋଚନା

202 Views

ନୂଆଦିଲ୍ଲୀ  : ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରର ତଳିଆ ଅଞ୍ଚଳରେ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ।

ଆଜି ଶୁକ୍ରବାର ନମାଜ ପାଠ ପାଇଁ ପୂରା ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଆଜି ଶ୍ରୀ ଡୋଭାଲ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ କେନ୍ଦ୍ର ସରକାର କାହିଁକି ୩୭୦ ଉଚ୍ଛେଦ କଲେ ଏବଂ ଏହା ଦ୍ୱାରା କ’ଣ ଲାଭ ମିଳିବ, ସେକଥା ମଧ୍ୟ ଶ୍ରୀ ଡୋଭାଲ ସ୍ଥାନୀୟ ଲୋକଙ୍କୁ ବୁଝାଇ କହିଛନ୍ତି।

ଏହାପରେ ଶ୍ରୀ ଡୋଭାଲ ସୁରକ୍ଷାକର୍ମୀଙ୍କ ସହ ମଧ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଜମ୍ମୁ-କଶ୍ମୀରରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ପାଇଁ ୩୦୦ଟି ଫୋନ୍‌ ଦେବାର ବ୍ୟବସ୍ଥା କରିବାକୁ ସେ ପ୍ରଶାସନ ମଧ୍ୟ କହିଥିବା ଜଣାପଡ଼ିଛି। ଏହାଦ୍ୱାରା ସେମାନେ ପରିବାର ଲୋକଙ୍କ ସହ କଥା ହୋଇପାରିବେ। ପ୍ରାୟ ୨ ଘଣ୍ଟା ଧରି ଶ୍ରୀ ଡୋଭାଲ ସେଠାରେ ରହିଥିଲେ। ଏହାପୂର୍ବରୁ ଶ୍ରୀ ଡୋଭାଲ ସୋପିଆନ୍‌ରେ ମଧ୍ୟ ସ୍ଥାନୀୟ ଲୋକଙ୍କ ସହ କଥା ହେବା ସହ ସେମାନଙ୍କ ସହ ଖାଦ୍ୟ ଖାଇଥିଲେ।

By amfnews

Related Post