Sun. Jun 8th, 2025

ଶ୍ରୀଦେବୀଙ୍କ ପାଦ ଛୁଉଁଥିଲେ ଅନୀଲ କପୁର,ଜାଣନ୍ତୁ କାରଣ

By amfnews Dec 12, 2018 #Featured
162 Views

ମୁମ୍ବାଇ, ଡିସେମ୍ବର ୧୨ : ବଲିଉଡର ଖ୍ୟାତନାମା ଅଭିନେତା ଅନୀଲ କପୁର ତାଙ୍କର ସୁଦୀର୍ଘ କ୍ୟାରିଅର୍‌ ଭିତରେ ଏମିତି ବି କିଛି ସିନେମାରେ ଅଭିନୟ କରିଛନ୍ତି,ଯେଉଁଥିରେ ଶ୍ରୀଦେବୀ ନାୟିକା ଭୂମିକାରେ ଥିଲେ। ଏଭଳି କେତେକ ସିନେମା ହେଲା ମିଷ୍ଟର ଇଣ୍ଡିଆ, ଜୁଦାଇ ଓ ଲମହେ ଆଦି। । ଅନୀଲ କପୁର-ଶ୍ରୀଦେବୀଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରୁଥିଲେ।

ତେବେ ଶ୍ରୀଦେବୀ ଅନୀଲଙ୍କ ବଡ଼ ଭାଇ ବୋନି କପୁରଙ୍କୁ ବିବାହ କରିଥିଲେ। ବିବାହ ପରେ ଶ୍ରୀଦେବୀ ଅନୀଲଙ୍କର ଭାଉଜ ବନିଗଲେ। ଅନୀଲ କପୁର ଯେତେବେଳେ ବି ଶ୍ରୀଦେବୀଙ୍କୁ ଭେଟୁଥିଲେ,ସେତେବେଳେ ସେ ତାଙ୍କ ପାଦ ଛୁଉଁଥିଲେ। ଅବଶ୍ୟ ଅନୀଲ ଓ ଶ୍ରୀଦେବୀଙ୍କ ଭିତରେ ବୟସର ତାରତମ୍ୟ ଅଧିକ ନ ଥିଲା।

ନିକଟରେ ଡ୍ୟାନ୍‌ସ ରିଆଲିଟି ସୋ’ ‘ଡ୍ୟାନ୍‌ସ ପ୍ଲସ୍‌’ ମଞ୍ଚରେ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ସ୍ପେସିଆଲ୍‌ ଏପିସୋଡର ସୁଟିଂ ହୋଇଥିଲା। ଏଥିରେ ଅତିଥିଭାବେ ଯୋଗ ଦେଇଥିଲେ ଅନୀଲ କପୁର ଓ ଜିତେନ୍ଦ୍ର। ଏହି ମଞ୍ଚରେ ଅନୀଲ କପୁର କହିଥିଲେ ଯେ,ଶ୍ରୀଦେବୀ ଜଣେ ମହାନ୍‌ କଳାକାର ହୋଇଥିବା ହେତୁ ତାଙ୍କର ପାଦ ସ୍ପର୍ଶ କରୁଥିଲେ।

By amfnews

Related Post