Sat. Mar 7th, 2026

ଶ୍ରୀଜିଉଙ୍କୁ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲ

163 Views

ପୁରୀ, ୧୨ା୧୧: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବା ପାଇଁ ଆସିଥିବା ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲ ଗତକାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସାଙ୍ଗରେ ସଜନଙ୍କ ସ୍ତ୍ରୀ ମଧ୍ୟ ଯାଇଥିଲେ।

ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ମୁକେଶ ଅମ୍ବାନୀ ହେଲିକପ୍ଟରରେ ପୁରୀ ଯିବେ। ତେବେ ଅନନ୍ତ ସଡ଼କ ପଥରେ ଯିବେ ବୋଲି ସୂଚନା ମିଳିଛି।

ସେହିପରି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ମଧ୍ୟ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

By amfnews

Related Post