Fri. Jan 24th, 2025

ଶ୍ରୀକାନ୍ତଙ୍କ ବିରୋଧରେ ଆକ୍ସନ୍‌ ନୁହେଁ ଆଲୋଚନା ପାଇଁ ଦେଇଛି ପରାମର୍ଶ: ହେମାନନ୍ଦ ବିଶ୍ୱାଳ

By amfnews Dec 13, 2018 #Featured
304 Views

Khabar Odisha:Odisha-Congress-Srikant-Jena-Issue-Row
ଭୁବନେଶ୍ୱର, ଡିସେମ୍ବର ୧୩ :ରାଜ୍ୟ କଂଗ୍ରେସରେ କେତେବେଳେ କ’ଣ ଘଟୁଛି ତାହା ସମସ୍ତଙ୍କୁ ଅଗୋଚର । ଦଳରେ ରହି ବିବାଦୀୟ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ଶ୍ରୀକାନ୍ତ ଜେନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ସ୍ତରରେ ଅଭିଯୋଗ କରାଯାଇଛି । ଏ ନେଇ ବସିଥିବା ଶୃଙ୍ଖଳା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇ ସାରିଛି । କିନ୍ତୁ ଆଜି କମିଟିର ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଏକ ଭିନ୍ନ କଥା କହୁଛନ୍ତି । ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଆଲୋଚନା ପାଇଁ ସେ ପରାମର୍ଶ ଦେଇଥିବା କହିଛନ୍ତି । ତିନୋଟି ରାଜ୍ୟର ଫଳାଫଳରୁ ଶିକ୍ଷାଲାଭ କରି ଏକାଠି ହୋଇ କାମ କରିବାକୁ ଦଳର ଅନ୍ୟ ନେତୃବୃନ୍ଦଙ୍କୁ ପରାମର୍ଶ ଦେଇଛନ୍ତି ହେମାନନ୍ଦ।

ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସକୁ ଅଦ୍ଭୁତପୂର୍ବ ସଫଳତା ମିଳିଛି । ଦୀର୍ଘ ୧୫ ବର୍ଷ ଧରି ଛତିଶଗଡ଼ ଓ ମଧ୍ୟପ୍ରଦେଶ ସିଂହାସନ ମାଡ଼ି ବସିଥିବା ବିଜେପି ଗାଦିଚ୍ୟୁତ କରିଛି । ତେଣୁ ପଡ଼ୋଶୀ ରାଜ୍ୟ ଓଡ଼ିଶା ନେତା ଶିଖିବା ଦରକାର । ଏବେ ନ ଶିଖିଲେ ଆଉ ଶିଖିପାରିବେ ନାହିଁ ବୋଲି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ କହିଛନ୍ତି। ଏକାଠି ହୋଇ ନ ଲଢ଼ିଲେ ସଫଳ ହେବା କଷ୍ଟକର ହୋଇପଡ଼ିବ । ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ଶ୍ରୀକାନ୍ତ ଜେନାଙ୍କ ସପକ୍ଷରେ ବାହାରିଛନ୍ତି ବିରଷ୍ଠ କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କା। ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହେମାନନ୍ଦଙ୍କୁ ସେ ବିଶୃଙ୍ଖଳାକାରୀ କହିଛନ୍ତି।କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ପ୍ରସଙ୍ଗ ଗଣମାଧ୍ୟମକୁ କାହିଁକି ଜଣାଇଲେ? ଦେଶରେ କଂଗ୍ରେସ ହାୱା ବହୁଛି ବୋଲି ଶ୍ରୀ ଲେଙ୍କା କହିଛନ୍ତି।

ଏଠାରେ ଉଳ୍ଲେଖ ଯୋଗ୍ୟ, ଦଳ ବିରୁଦ୍ଧରେ ମନ୍ତବ୍ୟ ଦେଉଥିବା ଶ୍ରୀକାନ୍ତ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତକାଲି ବସିଥିବା ଶୃଙ୍ଖଳା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏ ନେଇ ଏଆଇସିସି ନିକଟକୁ ସୁପାରିଶ ମଧ୍ୟ କରାଯାଇଛି । ଶ୍ରୀକାନ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ ନାଁ ଆକ୍ସନ୍‌ ନିଆଯିବ ତାହା ହାଇକମାଣ୍ଡ ରାହୁଲ ଗାନ୍ଧୀ ସ୍ଥିର କରିବେ।

By amfnews

Related Post