Sat. Mar 29th, 2025

ଶ୍ରୀକାନ୍ତ ନନ୍ଦ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ : ହନୁମାନ ଟଙ୍କା ପାଇଁ ଜୀବନ ନେଲେ, ଭଣଜା ସମେତ ୪ ଅଭିଯୁକ୍ତ ଗିରଫ

By amfnews Aug 19, 2019 #Featured
115 Views

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ଥାନା ବରଗାଁର ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଏହି ମାମଲାର ୪ ଅଭିଯୁକ୍ତ ବେହେରାପାଲିର ନରେଶ ନନ୍ଦ ଓରଫ ମନ, ଖଦାଲପଡ଼ାର ରିତେଶ ସେଠ, କଂସାରିପଡ଼ାର ମଦନ ନାଗ ଓ ବାହାଲବୁକା ଗାଁର ସଂଜୀବ ବାରିକଙ୍କୁ ପୁଲିସ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ହନୁମାନ ଟଙ୍କା (ଡାବୁ) ବିକ୍ରି କଲେ କୋଟିପତି ହେବାର ନିଶା ଯୋଗୁଁ ଶ୍ରୀକାନ୍ତଙ୍କୁ ଅପହରଣ ଓ ପରେ ହତ୍ୟା କରିଛନ୍ତି ବୋଲି ଅଭିଯୁକ୍ତମାନେ ପୁଲିସ ଆଗରେ ସ୍ବୀକାର କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୦ ତାରିଖ ଦିନ ଦୁର୍ଗାପାଲି ନିକଟ ସୁକତେଲ ନଦୀପଠାରୁ ଶ୍ରୀକାନ୍ତଙ୍କୁ ଉଦ୍ଧାର କରାଯାଇଥିଲା। ପୁଇଁତଳା ପୁଲିସ ଶ୍ରୀକାନ୍ତଙ୍କ ବଡ଼ଭାଇ ଡୋଳାମଣି ନନ୍ଦଙ୍କ ଅଭିଯୋଗ ଆଧାରରେ ତଥା ଶ୍ରୀକାନ୍ତଙ୍କ ଶବକୁ ବ୍ୟବଚ୍ଛେଦ କରାଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଏକ ଡାବୁ (ହନୁମାନ ପଇସା) ପାଇଁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ସୁରେଶ ହେଉଛି ଶ୍ରୀକାନ୍ତଙ୍କ ଦୂରସଂପର୍କୀୟ ଭଣଜା। ସେ କୁଆଡ଼େ ଶ୍ରୀକାନ୍ତଙ୍କ ପାଖରେ ଏକ ହନୁମାନ ପଇସା(ଡାବୁ) ଥିବା ଜାଣିଥିଲା ଓ ସେହି ଡାବୁକୁ ହାତେଇବାକୁ ଷଡ଼୍‌ଯନ୍ତ୍ର କରିଥିଲା। ଡାବୁ ପାଇଁ ହତ୍ୟା ହୋଇଥିବା ଜଣାପଡ଼ିବା ପରେ ବଲାଙ୍ଗୀରରେ ଡାବୁ ବେପାରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରକାଶ ଯେ, ବହୁ ବର୍ଷ ତଳେ ବଲାଙ୍ଗୀର ସହରର ଏକ ପ୍ରତିଷ୍ଠିତ ହୋଟେଲରେ ଡାବୁ(ହନୁମାନ ପଇସା) ପାଇଁ ଜଣେ ଲୋକଙ୍କୁ ୬ମାସ ବନ୍ଦୀ କରି ରଖାଯାଇଥିଲା। ପୁଲିସ ସେ ସମୟରେ ସେହି ଲୋକଙ୍କୁ ଉଦ୍ଧାର କରିଥିଲା। ଯାହାକି ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି।

By amfnews

Related Post