Tue. Mar 11th, 2025

ଶ୍ମଶାନ ଯିବାକୁ ବାଟ ନାହିଁ, ରାସ୍ତାକୁ ଓହ୍ଲାଇଲେ ଲୋକେ

By amfnews Dec 16, 2019 #Featured
106 Views

ନରସିଂହପୁର : ଶ୍ମଶାନକୁ ଯିବାକୁ ରାସ୍ତା ନଥିବାରୁ ରାସ୍ତାରେ ବସିଲେ ଲୋକେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ କିଛି ସମୟ ପାଇଁ ଅଟକି ରହିଥିଲା। ସୂଚନାଅନୁସାରେ, କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗାଁରେ ୯୮ ଡିସିମିଲ ଜାଗାରେ ଏକ  ଶ୍ମଶାନ ଅଛି। ହେଲେ ଏହାର ଚାରିପାଖକୁ ସ୍ଥାନୀୟ ଲୋକେ ଜବରଦଖଲ କରି ମାଡ଼ି ବସିଛନ୍ତି। ଫଳରେ ଶବ ନେଇ ଶ୍ମଶାନ ଯିବାକୁ ବାଟ ନାହିଁ।

ଏନେଇ ଗାଁ ଲୋକେ ୫ ବର୍ଷ ହେବ ତହସିଲ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି। ହେଲେ ସେମାନଙ୍କ କଥା କେହି କର୍ଣ୍ଣପାତ କରୁ ନ ଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ତେଣୁ ଆଜି ଗାଁ ଲୋକେ କଟକ- ନରସିଂହପୁର ମୁଖ୍ୟ ରାସ୍ତାର ଚମ୍ପେଶ୍ୱରଠାରେ ରାସ୍ତାରୋକ କରିଥିଲେ। ଖବର ପାଇଁ ଆଠଗଡ଼ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।  ଏଥିସହ ଆସନ୍ତା ବୁଧବାର ଦିନ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗ୍ରାମବାସୀ, ପୁଲିସ୍‌ ଓ ତହସିଲଦାରଙ୍କ ଉପସ୍ଥିତିରେ ଘଟଣା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଆଠଗଡ଼ ଏସ୍‌ଡିପିଓ ପ୍ରତିଶ୍ରୁତି ଦେବାରେ ରାସ୍ତାରୋକ ହଟିଥିଲା।

By amfnews

Related Post