Wed. Mar 11th, 2026

ଶୌଚାଳୟରେ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

312 Views

ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଘଟଣା, ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ମାମଲାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି। ପୀଡ଼ିତା ନାବାଳିକାର ବୟସ ୮ ବର୍ଷ ବୋଲି କୁହାଯାଉଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ନାବାଳିକା ପାଠ ପଢ଼ିବା ଲାଗି ବିଦ୍ୟାଳୟକୁ ଯାଇଥିଲା। ପୀଡ଼ିତା କାଲି ଖେଳ ଛୁଟି ସମୟରେ ବିଦ୍ୟାଳୟରେ ଥିବା ଶୌଚାଳୟକୁ ଶୌଚ ପାଇଁ ଯାଇଥିଲା। ସେହି ସମୟରେ ଶଶିକାନ୍ତ ମଳିକ ନାମକ ଜଣେ ଯୁବକ ଉକ୍ତ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ କରିଥିଲା। ପୀଡ଼ିତା ଘରେ ନିଜ ପରିବାର ଲୋକଙ୍କୁ ଏସଂପର୍କରେ କହିଥିଲା।

ତାପରେ ପୀଡ଼ିତାର ପରିବାର ପକ୍ଷରୁ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହାପରେ ପୁଲିସ୍ ଅଭିଯୁକ୍ତ ଶଶିକାନ୍ତ ମଳିକକୁ ଗିରଫ କରିଥିଲା। ପୁଲିସ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତକୁ କଠୋର ଦଣ୍ଡବିଧାନ ଲାଗି ବି ଦାବି ହୋଇଛି।

By amfnews

Related Post