Wed. Jan 15th, 2025
108 Views

ନୂଆଦିଲ୍ଲୀ : ୧୦ ଜାନୁଆରୀରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ ଏହି ଗ୍ରହଣ ଶୁକ୍ରବାର ରାତି ୧୦ଟା ବାଜି ୩୭ ମିନିଟ୍‌ରୁ ଆରମ୍ଭ ହୋଇ ରାତି ୨ଟା ବାଜି ୪୨ ମିନିଟ୍‌ରେ ଶେଷ ହେବ।

ଲାଗିବାକୁ ଥିବା ଏହି ଉପଛାୟା ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଗ୍ରହଣ ଓ ଆଶିଂକ ଗ୍ରହଣ ଅପେକ୍ଷା ଦୁର୍ବଳ ହୋଇଥାଏ। ଏହି ଚନ୍ଦ୍ର ଗ୍ରହଣକୁ ଲୋକେ ସିଧାସଳଖ ଦେଖିପାରିବେ ନାହିଁ। ଭାରତ ସମେତ ଏହି ଚନ୍ଦ୍ର ଗ୍ରହଣ ଆଫ୍ରିକା, ଏସିଆ, ୟୁରୋପ ଓ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିବ।

ଏହି ଚନ୍ଦ୍ର ଗ୍ରହଣକୁ ଦେଖିବା ପାଇଁ ବିଶେଷ ସାବଧାନତାର ଆବଶ୍ୟକ ନାହିଁ। ଖାଲି ଆଖିରେ ମଧ୍ୟ ଆପଣ ଏହାକୁ ଦେଖିପାରିବେ। ଟେଲିସ୍କୋପ୍‌ ସାହାଯ୍ୟରେ ଦେଖିଲେ ଏହା ଆହୁରି ସୁନ୍ଦର ଦେଖାଯିବ।

ଏହା ପଛରେ ବୈଜ୍ଞାନିକ କାରଣ ରହିଥିଲେ ମଧ୍ୟ ଧାର୍ମିକ ମାନ୍ୟତା ଅନୁସାରେ ଏହି ଚନ୍ଦ୍ର ଗ୍ରହଣର ବିଶେଷ ମହତ୍ତ୍ୱ ରହିଛି। ଗ୍ରହଣ କାଳ ଅଶୁଭ ହୋଇଥିବାରୁ ଏହି ସମୟରେ କୌଣସି ଦେବନୀତି ହେବ ନାହିଁ। ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ ଆପଣ ମୋକ୍ଷ ହୋଇପାରିବେ।

ସୂଚନାଯୋଗ୍ୟ, ଏବର୍ଷ ଚାରୋଟି ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି। ପ୍ରଥମଟି ୧୦ ଜାନୁଆରୀ, ଦ୍ୱିତୀୟ ୫ ଜୁନ୍‌, ତୃତୀୟ ୫ ଜୁଲାଇ ଓ ଶେଷଟି ୩୦ ନଭେମ୍ୱରରେ ଲାଗିବ।

By amfnews

Related Post