Fri. Nov 8th, 2024

ଶୀଘ୍ର ଖୋଲିବ ସ୍କୁଲ: ସ୍ୱାସ୍ଥ୍ୟ ମନ୍ତ୍ରାଳଳୟ ଜାରି କଲେ ଗାଇଡଲାଇନ

By amfnews Sep 15, 2020 #Featured
116 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫ : ଆସନ୍ତା ସୋମବାର ଅର୍ଥାତ ସେପ୍ଟେମ୍ବର ୨୧ରୁ ଦେଶବ୍ୟାପୀ ଖୋଲିବାକୁ ଯାଉଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଦ୍ୟାଳୟର ପିଲାଙ୍କ କଲ୍ୟାଣ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ (ରାଷ୍ଟ୍ରମନ୍ତ୍ରୀ) ଅଶ୍ୱିନୀ କୁମାର ଚୌବେ ରବିବାର ଟୁଇଟ କରି ଗାଇଡଲାଇନ ସେୟାର କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍କିଲ ଟ୍ରେନିଂ ଶିକ୍ଷାନୁଷ୍ଠାନ, ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଲାଗି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଜିସର (ଏସଓପି) ଜାରି କରିଛି । ଟେକନିକାଲ ପ୍ରୋଗ୍ରାମରେ କୋର୍ସ କରୁଥିବା ସଂସ୍ଥାକୁ ସେପ୍ଟେମ୍ବର ୨୧ରୁ ଲ୍ୟାବ ଖୋଲିବାକୁ ଅନୁମତି ମିଳିଛି ।

ଗାଇଡଲାଇନରେ କୁହାଯାଇଛି ଯେ, ଶ୍ରେଣୀରେ ବସିବା ଶୈଳୀରେ ପରିବର୍ତ୍ତନ କରାଯିବ । ଛାତ୍ରଛାତ୍ରୀମାନେ ଦୂରତା ରକ୍ଷା କରି ବସିବେ । ଏଥି ପାଇଁ ଚୌକି-ଟେବୁଲ ୬ ଫୁଟ ଦୂରରେ ରହିବ । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ଶିକ୍ଷକମାନଙ୍କୁ ଏସବୁ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ପଢ଼ିବା ଓ ଲେଖିବା ସମୟରେ ଛାତ୍ର ଓ ଶିକ୍ଷକମାନେ ମାସ୍କ ପିନ୍ଧିବେ । ଛାତ୍ରଛାତ୍ରୀମାନେ ଲ୍ୟାପଟପ, ନୋଟବୁକ, ଷ୍ଟେସନାରୀ ସାମଗ୍ରୀ ଅନ୍ୟକୁ ଦେଇପାରିବେ ନାହିଁ ।

ଏବେ ନୂତନ ନିୟମ ଅନୁସାରେ ସମସ୍ତଙ୍କୁ ପରିସରକୁ ଡକାଯିବ ନାହିଁ । ବର୍ତ୍ତମାନ ପରୀପ୍ରେକ୍ଷିରେ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଯିବାର ବିକଳ୍ପ ଦିଆଯିବ । କିନ୍ତୁ ଏମାନଙ୍କ ପାଖରେ ଅନଲାଇନ ପଢ଼ିବାର ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି । ଯେଉଁମାନେ ଅନଲାଇନ ସହିତ ଜଡ଼ିତ ହୋଇପାରୁ ନାହାନ୍ତି ଅଥବା ଅନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ସ୍କୁଲ ବ୍ୟବସ୍ଥା ହୋଇଛି ।

By amfnews

Related Post