Sat. Dec 28th, 2024

ଶିଶୁଯତ୍ନ ଗୃହ ଖୋଲିବା ଦାବି

By amfnews Dec 17, 2018 #Featured
226 Views

ରାଉରକେଲା, ୧୭ା୧୨ : ଇସ୍ପାତ ନଗରୀରେ ୬ ଲକ୍ଷରୁ ଅଧିକ ଲୋକେ ବସବାସ କରନ୍ତି । ତେବେ ବିଭିନ୍ନ କ୍ଷେତ୍ରରେ ମହିଳାମାନେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ସନ୍ତାନର ଯତ୍ନ ନେବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ରାଉରକେଲା ଅଞ୍ଚଳରେ ୧୦୦ ରୁ ଅଧିକ କଳକାରଖାନା ରହିଥିବା ବେଳେ ଫ୍ୟାକ୍ଟ୍ରି ଆକ୍ଟ ଧାରା ୪୮ ଅନୁଯାୟୀ ଶିଶୁମାନଙ୍କ ପାଇଁ କୌଣସି ସୁବିଧା କରାଯାଇନାହିଁ ।

ତେଣୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଭାରତୀୟ ଆଇନଜୀବୀ ସଂଘ ରାଉରକେଲା ଶାଖା ପକ୍ଷରୁ ସହରରେ ଏକ କ୍ରେଚ୍ ସେଣ୍ଟର ଖୋଲିବା ପାଇଁ ଦାବି ହୋଇଆସୁଛି । ଏନେଇ ଶାଖାର ସଭାପତି ବରିଷ୍ଠ ଆଇନଜୀବୀ ଏମ୍ଡି ରଫିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ହୋତା, ପଞ୍ଚାନନ ଶତପଥୀ, ସଦାନନ୍ଦ ସାହୁ, ସ୍ୱାଗତିକା ମହାନ୍ତି, ସନ୍ତୋଷ ଭଦ୍ର, ଅନୁସୂୟା ପଣ୍ଡା, ଯଶ୍ମିତା ପ୍ରଧାନ, ଅରୁଣ ଦାସ, ଗାର୍ଗି ପଣ୍ଡା, ବ୍ରହ୍ମା ଗରୁଡ଼, ମାଧବ ନାୟକ, ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

By amfnews

Related Post