Sat. Mar 7th, 2026

ଶିରିଡ଼ି ବିମାନବନ୍ଦରରେ ବୋମା ଆତଙ୍କନେଇ ହାଇ ଆଲର୍ଟ

267 Views

ଶିରିଡ଼ି, ନଭେମ୍ବର ୨୯:ବୋମା ଦ୍ୱାରା ଶିରିଡ଼ି ବିମାନବନ୍ଦରକୁ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ଚିଠି ମିଳିବା ପରେ ମହାରାଷ୍ଟ୍ର ଏୟାରପୋର୍ଟ ଡେଭେଲପ୍‌ମେଣ୍ଟ କର୍ପୋରେସନପକ୍ଷରୁ ଶିରିିଡ଼ି ବିମାନବନ୍ଦରରେ ମୂତୟନ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ( ସିଆଇଏସଏଫ) କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ସମଗ୍ର ବିମାନବନ୍ଦରରେ ରେ ହାଇ ଆଲର୍ଟ ଜାରି କରଯାଇ ତନାଘନା ଯାଞ୍ଚର ବ୍ୟବସ୍ଥା କରିଛି। ତେବେ ଯାଞ୍ଚ ବେଳେ କୌଣସି ବୋମା ଖଞ୍ଜାା ଯାଇଥିିବାର ସୂଚନା ମିଳି ନ ଥିବା ବେଳେ ଏହି ହୋକ୍‌ସ ବା ମିଛ ବୋମା ଖଞ୍ଜଯାଇଥିବା ସୂଚନା ଯୋଗୁଁ ପୁଣି ଥରେ ଶିରିଡ଼ି ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହୋଇଯାଇଛି ବୋଲି ମହାରାଷ୍ଟ୍ର ଏୟାରପୋର୍ଟ ଡେଭେଲପ୍‌ମେଣ୍ଟ କର୍ପୋରେସନ୍‌ର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୁରେଶ କଙ୍କାନି କହିଛନ୍ତି।
ଶ୍ରୀ କଙ୍କାନୀ କହିଥିଲେ ଯେ ଗତ ଦୁଇ ଦିନ ତଲେ ଶିରିଡ଼ି ଏୟାରପୋର୍ଟରେ ବୋମା ଖଞ୍ଜା ଯାଇଥିବା ନେଇ ଏକ ଚିଠି ମିଳି ଥିଲା।ଏଥିପାଇଁ ସମଗ୍ର ବିମାନବନ୍ଦରକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା।କିନ୍ତୁ ବିମାନବନ୍ଦରରରୁ କୌଣସି ପ୍ରକାର ସନ୍ଦେହଜନକ ବସ୍ତୁ ମିଳି ନ ଥିଲା। ତେବେ ଏହି ବୋମା ଖଞ୍ଜା ଯାଇଥିବା ନେଇ କିଏ ଚିଠି ଲେଖିଥିଲା, ତାର ଉତ୍ସ ଜାଣିବା ପାଇଁ ସ୍ଥାନୀୟ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି ଶ୍ରୀ କଙ୍କାନି କହିଛନ୍ତି।l

By amfnews

Related Post