Sat. Mar 7th, 2026

ଶିବସେନା କହୁଛି, ଆଦିତ୍ୟ ଠାକ୍‌ରେ ହେବେ ମୁଖ୍ୟମନ୍ତ୍ରୀ, ରାଜନାଥ ସିଂହ କହିଲେ, ଦେବେନ୍ଦ୍ର ଫଡନଭିସ୍ ହିଁ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ

140 Views

ମୁମ୍ବାଇ  : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଶିବସେନା ଭିତରେ ଟଣାଓଟରା ଆରମ୍ଭ ହୋଇଗଲାଣି। ଏବେ ଶିବସେନା ଯୁବ ଶାଖାର ମୁଖ୍ୟ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକ୍‌ରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରାଇବା ଲାଗି ରଣନୀତି ପ୍ରସ୍ତୁତ କରୁଥିବା ଜଣାଯାଇଛି। ଏହି କାରଣରୁ ଶିବସେନା ପକ୍ଷରୁ କୁହାଯାଇଛି ଯେ ଆଦିତ୍ୟ ଠାକ୍‌ରେ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ।

ଅପରପକ୍ଷରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ କହିଛନ୍ତି ଯେ ଦେବେନ୍ଦ୍ର ଫଡନଭିସ୍ ହିଁ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ। ସେ ଅମରାବତୀରେ ଦେବେନ୍ଦ୍ର ଫଡନଭିସଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ମହା ଜନାଦେଶ ଯାତ୍ରାରେ ଉଦବୋଧନ ଦେଇ କହିଛନ୍ତି ଯେ ଏଥର ପୁଣି ବିଜେପି –ଶିବସେନା ମିଳିତଭାବେ ଲଢ଼ିଲେ ୨୫୦ ଆସନରେ ବିଜୟୀ ହେବେ।

ତେଣେ ଏଥର ପ୍ରଥମ ଥର ପାଇଁ ଠାକ୍‌ରେ ପରିବାରର ଜଣେ ସଦସ୍ୟ (ଆଦିତ୍ୟ ଠାକ୍‌ରେ)ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ ପୂର୍ବରୁ ଉପସ୍ଥାପିତ କରାଯାଉଛି ଏବଂ ସେ ବି ଲୋକସଂପର୍କ କାମ ଆରମ୍ଭ କରିଦେଲେଣି। ଏଭଳି ପରିସ୍ଥିତିରେ ବିଜେପି- –ଶିବସେନା ମିଳିତଭାବେ ଲଢ଼ିବେ ନା ଅଲଗା ଅଲଗା ଲଢ଼ିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର।

By amfnews

Related Post