91 Views
ମୁମ୍ବାଇ : ମହାରାଷ୍ଟ୍ରର ରତ୍ନଗିରି ଅଞ୍ଚଳରେ କଲରାପତ୍ରିଆ ସହ ଗୋଟିଏ ଶୌଚାଳୟ ମଧ୍ୟରେ ବନ୍ଦ ହୋଇ ରହିଥିବା କୁକୁରଟିଏ ଦୁଇ ଘଣ୍ଟା ପରେ ଅକ୍ଷତ ଅବସ୍ଥାରେ ସେଠାରୁ ବାହାରି ଆସିବା ଘଟଣା ସର୍ବସାଧାରଣଙ୍କୁ ଆଚମ୍ବିତ କରିଛି।
ସମୟ ଥିଲା ବୁଧବାର ଭୋର୍ ୫ଟା। ପୋଷା କୁକୁରର ଭୀଷଣ ଭୁକା ଶୁଣି ସଙ୍ଗମେଶ୍ୱର ଅନ୍ତର୍ଗତ ଦେବେଲ୍ ଗ୍ରାମର ଅଶୋକ ତୁକାରମ କାମ୍ବଲେ ଘରୁ ବାହାରି ଆସିଲେ। ଜଙ୍ଗଲ ପାଖରେ ଘର ତୋଳିଥିବା କାମ୍ବଲେ ଦେଖିଲେ କଲରାପତ୍ରିଆଟାଏ ତାଙ୍କ କୁକୁରକୁ ଗୋଡ଼ାଉଛି। ଜୀବନ ବିକଳେ କୁକୁର ବିଚରା ଘର ଠାରୁ ଖଣ୍ଡେ ଦୂରରେ ଥିବା ଶୌଚାଳୟ ମଧ୍ୟରେ ପଶିଗଲା; ପଛେ ପଛେ କଲରାପତ୍ରିଆ ବି। କାମ୍ବଲେ ଯାଇ ଚଟାପଟ୍ ବାହାର ପଟୁ ଶୌଚାଳୟ କବାଟ କିଳି ଦେଲେ।
ପରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବଣରେ ଛାଡ଼ି ଦିଆଗଲା। ପୋଷା କୁକୁରଟି ଆଉ ଜୀବନରେ ନ ଥିବ ଭାବି ଦୁଃଖ କରୁଥିବା ଖାଉନ୍ଦ ପାଖକୁ ଶୌଚାଳୟ ମଧ୍ୟରୁ ସଶରୀର ଧାଇଁ ଆସି ଆନନ୍ଦରେ ଲାଞ୍ଜ ହଲାଇଲା।