Sat. Mar 7th, 2026

ଶାହଙ୍କୁ ଭେଟିଲେ କଶ୍ମୀରର ପ୍ରତିନିଧି ଦଳ

302 Views

ନୂଆଦିଲ୍ଲୀ  : କଶ୍ମୀରର ୧୦୦ ଜଣିଆ ଏକ ପ୍ରତିନିଧି ଦଳ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଆଜି ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ କଶ୍ମୀରର ଏହି ପ୍ରତିନିଧିଙ୍କ ସହ କଥା ହେଉଛନ୍ତି ଅମିତ ଶାହ।

ଏହି ପ୍ରତିନିଧି ଦଳରେ କଶ୍ମୀରର ୨୨ ଜଣ ସରପଞ୍ଚ ସାଙ୍ଗକୁ ଅନେକ ସରକାରୀ ଅଧିକାରୀ ରହିଛନ୍ତି। ପଞ୍ଚାୟତ ନିର୍ବାଚନ ବେଳେ ଆତଙ୍କବାଦୀ ଅନେକ ଧମକ ଦେଇଥିଲେ ମଧ୍ୟ ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ଏହି ୨୨ ସରପଞ୍ଚ।  କଶ୍ମୀରରେ କିଭଳି ଶାନ୍ତି ବଜାୟୀ ରହିବ ଏ ନେଇ ପ୍ରତିନିଧି ଦଳ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ କଥା ହେଉଥିବା ସୂଚନା ରହିଛି।

By amfnews

Related Post