Thu. Jun 12th, 2025

ଶାଶୂଙ୍କୁ ବଳି ଦେଇ ରକ୍ତ ପିଇଲେ ତନ୍ତ୍ର ସାଧକ

By amfnews Dec 26, 2018 #Featured
155 Views

ରାଞ୍ଚି, ଡିସେମ୍ବର ୨୬  : ତନ୍ତ୍ର ସାଧନାରେ ସଫଳ ହେବାକୁ ନିଜ ଶାଶୂଙ୍କୁ ବଳି ଦେଇଥିବା ସିଲ୍ଲି ଥାନା ଅନ୍ତର୍ଗତ ରଙ୍ଗମାଟି ଗ୍ରାମର ଜଣେ ୩୦ ବର୍ଷିୟ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି।

ଥାନା ଭାରପ୍ରାପ୍ତ ଅଧିକାରୀ ଚିରଞ୍ଜିତ ପ୍ରସାଦ କହିଛନ୍ତି, ୪୫ ଶାଶୂ ବର୍ଷୀୟ ଶକୁନ୍ତଳା ଦେବୀଙ୍କୁ ସୋମବାର ଅର୍ଦ୍ଧରାତ୍ରୀରେ ହତ୍ୟା କରିଥିବା ଅଭିଯୋଗରେ ଫହଲିନ୍ଦ୍ର ଲୋହରାଙ୍କୁ ଗିରଫ କରାଯାଇଛି।

ଗତ ସପ୍ତାହରେ ଅଭିଯୁକ୍ତ ଶ୍ୱଶୁରଘରକୁ ଆସିଥିଲେ। ତାଙ୍କ ଶ୍ୱଶୁର ପର୍ଣ୍ଣା ଲୋହରା ସୋମବାର ଅପରାହ୍ଣ ୪ଟାରେ ଶକୁନ୍ତଳାଙ୍କ ଶବ ଦେଖି ପୁଲିସକୁ ସୂଚନା ଦେଇଥିଲେ।

ଶ୍ୱଶୁରଙ୍କୁ ଦେଖି ଫହଲିନ୍ଦ୍ର ଖସି ପଳାଇଥିଲେ। ପରେ ତାଙ୍କୁ ଜଣେ ଆତ୍ମୀୟଙ୍କ ଘରୁ ଉଦ୍ଧାର କରାଯାଇଥିଲା।

ଜଣେ ତନ୍ତ୍ର ସାଧକ ବୋଲି ଫହଲିନ୍ଦ୍ର ସ୍ୱୀକାର କରିଛନ୍ତି। ଅଧିକ ଶକ୍ତି ହାସଲ ପାଇଁ ସେ ଶକୁନ୍ତଳାଙ୍କୁ ଗୋଟାଏ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିବା ପରେ ତାଙ୍କର ରକ୍ତ ପିଇ ଯାଇଥିଲେ।

ପୁଲିସ ମଧ୍ୟ ଗୋଟାଏ ମୁଣ୍ଡକଟା ବତକ ଓ ବେକରେ ଆଘାତ ଲାଗିଥିବା ମଇଁଷିଛୁଆ ପାଇଛି।

By amfnews

Related Post