Fri. Mar 6th, 2026

ଶାରୀରିକ ସଂପର୍କ ସ୍ଥାପନ ପାଇଁ ମହିଳାଙ୍କୁ ଆଶ୍ରମରେ ବାଧ୍ୟ କଲେ ସାଧ୍ବୀ, ଅଭିଯୋଗ ପରେ ଫେରାର

520 Views

ଜୟପୁର: ଶାରୀରିକ ସଂପର୍କ ସ୍ଥାପନ ପାଇଁ ଜଣେ ମହିଳାଙ୍କୁ ଆଶ୍ରମରେ ବାଧ୍ୟ କରାଯାଇଛି। ରାଜସ୍ଥାନର ଜୟପୁର ସହରରେ ଘଟିଥିବା ଏହି ଘଟଣା ସହିତ ଜଣେ ସାଧ୍ବୀ ଜଡ଼ିତ ଅଛନ୍ତି। ଆଶ୍ରମର ମହିଳାଙ୍କ ଅଭିଯୋଗ ପରେ ସାଧ୍ବୀ ଘଟଣାସ୍ଥଳରୁ ଫେରାର ଥିବା ପୁଲିସ କହିଛି। ଜାମଡୋଲି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ସାଧ୍ବୀ ପରିଚୟ ଦେବାକୁ ପୁଲିସ ମନା କରିଥିବା ବେଳେ ଆଶ୍ରମରୁ ୧୬ ଜଣ ବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ନାବାଳିକାଙ୍କ ବୟସ ୬ ରୁ ୧୬ ବର୍ଷ ହେବ ଏବଂ ସେମାନଙ୍କୁ ତ୍ରିପୁରାରୁ ଅଣାଯାଇଥିଲା।

ମହିଳା ଜଣକ ଗତ ସେପ୍ଟେମ୍ବର ୨୯ରେ ସାଧ୍ବୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁସାରେ ସାଧ୍ବୀ ମହିଳାଙ୍କୁ  ଶାରୀରିକ ସଂପର୍କ ସ୍ଥାପନ କରିବାକୁ ବାଧ୍ୟ କରିଥିଲେ। ଏହା ପରେ ମହିଳା ଜଣକ ଆଶ୍ରମର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ। ସେହିଭଳି ଆଶ୍ରମର ଅନ୍ୟ ବାଳିକାମାନେ ମଧ୍ୟ ସାଧବୀଙ୍କ ବିରୋଧରେ ସମାନ ପ୍ରକାରର ଅଭିଯୋଗ ଆଣିଥିଲେ। ମାତ୍ର କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ପରେ ଶେଷରେ ମହିଳା ଜଣକ ପୁଲିସ ଥାନାରେ ଅଭିଯୋଗ ଆଣିଥିଲେ। ଆଶ୍ରମ ବିରୋଧରେ ଅଭିଯୋଗ ଆସିବା ପରେ ପୁଲିସ ୧୬ ଜଣ ବାଳିକାଙ୍କୁ ଉଦ୍ଧାର କରିଛି।

By amfnews

Related Post