Wed. Mar 11th, 2026

ଶାରଦା ଚିଟଫଣ୍ଡ ମାମଲା: ପୁଣି ଟିଏମସି ନେତାଙ୍କୁ ସମନ୍ କଲା ସିବିଆଇ

185 Views

କୋଲକାତା  : ପୁଣି ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ର ନେତାଙ୍କୁ ସିବିଆଇ ଚିଟଫଣ୍ଡ ସ୍କାମରେ ସମନ୍ କରିଛି। ୧୦ ହଜାର କୋଟି ଟଙ୍କାର ଏହି ଠକେଇ ମାମଲାରେ ସିବିଆଇ ମମତା ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ସମନ୍ କରିଛି।

ଆଜି ଅପରାହ୍ନ ୨ଟା ପରେ କୋଲକାତା ସ୍ଥିତ ସିବିଆଇ ଅଫିସକୁ ମନ୍ତ୍ରୀ ଚାଟାର୍ଜୀ ଆସିବେ ବୋଲି ଜଣାପଡ଼ିଛି। ଏବେ ମମତା ସରକାରରେ ଶିକ୍ଷା ମନ୍ତ୍ରୀ ରହିଛନ୍ତି ପାର୍ଥ ଚାଟାର୍ଜୀ। ନିକଟରେ ଟିଏମସି ସାଂସଦ ତଥା ମମତାଙ୍କ ଘନିଷ୍ଠ ସହଯୋଗୀ ଡାରେକ ଓବ୍ରାଏନ ମଧ୍ୟ ତିନି ଘଣ୍ଟା ଧରି ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ।
 ୨୦୧୩ ମସିହାରେ ହୋଇଥିବା ଏହି ଚିଟଫଣ୍ଡ ଦୂର୍ନୀତିରେ ଶାସକ ଦଳ ଟିଏମସି ସହିତ ଅନେକ ଅଫିସର ସାମିଲ୍ ଥିବା ସିବିଆଇ ଜାଣିବାକୁ ପାଇଛି।

By amfnews

Related Post