Fri. Mar 6th, 2026

ଶହୀଦ ଦିବସ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶ, ୨ ମିନିଟ୍ ଶାନ୍ତ ରହିବ ପୁରା ଦେଶ

371 Views

ନୂଆଦିଲ୍ଲୀ, ଜାନୁଆରୀ ୨୧ : ଆସନ୍ତା ଜାନୁଆରୀ ୩୦ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ପ୍ରତିବର୍ଷ ଶହୀଦ ଦିବସ ଭାବରେ ପାଳନ କରିବାକୁ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଚଳିତ ବର୍ଷ ଶହୀଦ ଦିବସ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ।

ଚଳିତ ବର୍ଷ ଶହୀଦ ଦିବସରେ ଦେଶ ପାଇଁ ଶହୀଦ ହୋଇଥିବା ସବୁ ବୀର ଯବାନ ଓ ସେମାନଙ୍କ ବଳିଦାନକୁ ମନେପକାଇ ୨ ମିନିଟ୍ ନିରବ ପ୍ରାର୍ଥନା କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।

ଏଥି ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି । ଆସନ୍ତା ଜାନୁଆରୀ ୩୦ ତାରିଖରେ ଦିନ ୧୧ ଟା ସମୟରେ ପୁରା ଦେଶ ୨ ମିନିଟ୍ ପାଇଁ ଶାନ୍ତ ରହିବ । ଯିଏ ଯେଉଁଠି ବି ଥିବେ ସମସ୍ତେ ସବୁ କିଛି କାମ ଛାଡି ୨ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି ।

ଏଥିପାଇଁ ସୁବ ରାଜ୍ୟ ସରକାର ମାନଙ୍କୁ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ସାଇରନ୍ ମାଧ୍ୟମରେ ଗୋଟେ ମିନିଟ୍ ପୂର୍ବରୁ ଏହା ବାବଦରେ ସୂଚନା ଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଯେଉଁ ସ୍ଥାନରେ ସାିରନ୍ ର ବ୍ୟବସ୍ଥା ନାହିଁ ସେହି ସ୍ଥାନ ଗୁଡିକରେ ଲୋକଙ୍କୁ ଆଲର୍ଟ କରିବା ପାଇଁ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Image

By amfnews

Related Post