Thu. Dec 26th, 2024

ଶସ୍ତା ହୋଇପାରେ ଦୁଇ ଚକିଆ ବାହାନ, ଜିଏସଟି ହ୍ରାସ କରିପାରନ୍ତି କେନ୍ଦ୍ର ସରକାର!

By amfnews Aug 26, 2020 #Featured
148 Views

ନୂଆଦିଲ୍ଲୀ, ଅଗଷ୍ଟ ୨୬ : ସାଧାରଣ ଜନତାଙ୍କ ବାହାନ ହେଉଛି ୨ ଚକିଆ ମୋଟରସାଇକେଲ । କିନ୍ତୁ ଏଥିରେ ବିଳାସମୟ ଗାଡ଼ି ଭଳି ଜିଏସଟି ଆଦାୟ ହୋଇଥାଏ । ସରକାର ଏବେ ଚିନ୍ତା କରୁଛନ୍ତି ଯେ, ଦୁଇ ଚିକିଆ ବାହାନରୁ ଜିଏସଟି ହ୍ରାସ କରିବେ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଣ୍ଡଷ୍ଟ୍ରୀର ଏକ ପରାମର୍ଶ ପରେ ନିଜର ବୟାନରେ ଏକ ପ୍ରକାର ସଂକେତ ଦେଇଛନ୍ତି । ଜିଏସଟି ହ୍ରାସ କରିବା ନେଇ ନିର୍ମଳା ସୀତାରମଣ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏହା ବାସ୍ତବରେ ଏକ ଭଲ ପରାମର୍ଶ । ଏହାକୁ ଜିଏସଟି ପରିଷଦ ବୈଠକରେ ଉଠାଯିବ । କାରଣ ଦୁଇ ଚକିଆ ବାହାନ ବିଳାସମୟ ଜିନିଷ ନୁହେଁ । ଏଥିରେ ତ ସାମାନ ବୋହି ହେଉ ନାହିଁ । ବର୍ତ୍ତମାନ ପରୀପ୍ରେକ୍ଷିରେ ଦୁଇ ଚକିଆ ବାହନରେ ୨୮ ପ୍ରତିଶତ ଜିଏସଟ ଲାଗିଥାଏ । ନିର୍ମଳା ସୀତାରମଣ ସିଆଇଆଇ ସହିତ ଏକ ଆଲୋଚନା ସମୟରେ ଏହା କହିଛନ୍ତି ।

ଶିଳ୍ପ ସଂଗଠନ ସିଆଇଆଇ ତରଫରୁ କୁହାଯାଇଛି ଯେ, କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଭରସା ଦେଇଛନ୍ତି ଯେ, ଶିଳ୍ପ ତରଫରୁ ଏକ ଭଲ ପ୍ରସ୍ତାବ ଦିଆଯାଇଛି । ଦୁଇଚକିଆ ଉପରେ ଜିଏସଟି ଦର ନେଇ ବିଚାର ବିମର୍ଶ କରାଯିବ । ସୂଚନାଯୋଗ୍ୟ, ଆଗାମୀ ୧୯ ତାରିଖରେ ଜିଏସଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ବୈଠକରେ ବାଇକ ଉପରେ ଲାଗୁଥିବା ଜିଏସଟି ସଂପର୍କିତ ଆଲୋଚନା ହୋଇପାରେ ।

By amfnews

Related Post