Sat. Mar 7th, 2026

ଶପଥ ପାଠ ଉତ୍ସବରେ ବହୁ ଚିହ୍ନା ଚେହେରା ଉପସ୍ଥିତ ରହିବେ, ରହିବେ ନାହିଁ ମୋଦୀଙ୍କ ପରିବାରରୁ କେହି ଜଣେ

332 Views

ନୂଆଦିଲ୍ଳୀ: ଦ୍ୱିତୀୟ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଦେଶ ଦୁନିଆର ୬୦୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଶପଥ ଗ୍ରହଣ ସମାରୋହକୁ ମୋଦୀ ନିଜ ପରିବାରକୁ ନିମନ୍ତ୍ରଣ କରି ନଥିବା ଜଣାପଡିଛି। ଏହି ଶପଥ ଗ୍ରହଣ ସମାରୋହରେ ମୋଦୀଙ୍କ ପରିବାରରୁ କେହି ଜଣେ ବି ସାମିଲ ହେବେ ନାହିଁ। ଏ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଉଉଣୀ ବସନ୍ତୀବେନ୍‌।

ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ନରେନ୍ଦ୍ର ମୋଦୀଙ୍କ ଭଉଣୀ କହିଛନ୍ତି, ୨୦୧୪ରେ ଯେତେବେଳେ କଂଗ୍ରେସକୁ ମାତ୍‌ ଦେଇ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଭାଇ ଶପଥ ନେଇଥିଲେ, ସେତେବେଳେ ମଧ୍ୟ  ପରିବାରରୁ କେହି ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇନଥିଲେ। ତେଣୁ ଏଥର ବି ପରିବାର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବ ନାହିଁ।

ସେ ଆହୁରି ବି କହିଛନ୍ତି, ଅତି ସାଧାରଣ ପରିବାରର ଜଣେ ପୁଅ ଆଗକୁ ବଢୁଛି, ଆଉ ଏଥିପାଇଁ ଜନତା ମୋଦୀଙ୍କ ସାଥ୍‌ ଦେଇଛନ୍ତି। ମୋଦୀଙ୍କ ଜୀବନ ଦେଶ ପାଇଁ ସମର୍ପିତ।

By amfnews

Related Post