Mon. Mar 9th, 2026

ଲୋୟର ପିଏମଜି ନୁହେଁ, ଏଥର ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍

253 Views

ଭୁବନେଶ୍ୱର : ଏଥର ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍ । ଦେଶର ରାଜଧାନୀ  ଦିଲ୍ଲୀ ଶୈଳୀରେ ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରିବା ନେଇ ନିଷ୍ପତ୍ତି ହୋଇଛି । ଏଥର କେତେକ ନୂତନ ନିୟମ କରାଯାଇଛି।

ଏଥିରେ ପୂର୍ବଥରମାନଙ୍କ ଭଳି ଛାତ୍ରଛାତ୍ରୀମାନେ ପରେଡରେ ଭାଗ ନେଇପାରିବେ ନାହିଁ । ଏଥର ଛାତ୍ରଛାତ୍ରୀମାନେ ଦର୍ଶକ ହୋଇ ପରେଡ୍ କାର୍ଯ୍ୟକ୍ରମକୁ ଉପଯୋଗ କରିବେ । ତେବେ କେବଳ ପୁଲିସ୍ କର୍ମଚାରୀମାନେ ସାମରିକ କଳା କୌଶଳ ପ୍ରଦର୍ଶନ କରିବେ । ପୂର୍ବଥର ଭଳି ଏଥର ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନରେ ଜାତୀୟ ପତକା ଉତ୍ତୋଳନ କରିବେ। ସେ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିବେ ବୋଲି ସୂଚନା ରହିଛି।ତେବେ ପୂର୍ବରୁ ଭୁବନେଶ୍ୱର ଲୋୟର ପିଏମଜିରେ ଏହି ପରେଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା, ଯାହାକୁ ଏଥର ପରିବର୍ତ୍ତନ କରାଯାଇ ପ୍ରଦର୍ଶନୀ ପଡ଼ିଆରେ କରିବାକୁ ନିଷ୍ପତ୍ତି ହୋଇଛି ।

By amfnews

Related Post