Sat. Nov 16th, 2024

ଲୋକସଭାରେ ତିନି ତଲାକ ବିଲ ଉପସ୍ଥାପନ କରିବେ ସରକାର, ହୋଇପାରେ ହଙ୍ଗାମା!

By amfnews Dec 17, 2018 #Featured
86 Views

ନୂଆଦିଲ୍ଲୀ, ଡିସେମ୍ବର ୧୭ : ତିନି ତଲାକ ଉପରେ ଆଧ୍ୟାଦେଶ ଆଣିଥିବା ମୋଦୀ ସରକାର ସୋମବାର ଲେକସଭାରେ ବିଧେୟକ ଉପସ୍ଥାପନ କରିବାକୁ ପ୍ରସ୍ତୁତ କରୁଛନ୍ତି । ଏହା ପୂର୍ବରୁ ତିନି ତଲାକ ବିଲକୁ ମଂଜୁରି ଦେବାର ବିଫଳ ରହିଥିବା ସରକାର ଆଧ୍ୟାଦେଶ ମାଧ୍ୟବରେ ଏହାକୁ ଲାଗୁ କରିଥିଲେ । ଏବେ ପୁଣି ଥରେ ସରକାର ରାଜନୈତିକ ଭାବରେ  ବିବାଦୀୟ ଏହି ବିଧେୟକକୁ ଗୃହରେ ମଂଜୁରି ପାଇଁ ଉପସ୍ଥାପନ କରିବେ । ବିବାଦୀୟ ମୁସଲିମ ମହିଳାଙ୍କୁ ଏକ ସାଥୀରେ ତିନି ତଲାକ ବିରୋଧରେ ସଂରକ୍ଷଣ ଦେବା ପାଇଁ ଏହି ବିଧେୟକ ଅଣାଯାଇଛି ।

ଏହା ବ୍ୟତୀତ ସୋମବାର ସାମୁଦ୍ରିକ ଝଡ଼ ‘ତିତଲି’ ଏବଂ ‘ଗାଜା’ ଉପରେ ମଧ୍ୟ ଲୋକସଭାରେ ଆଲୋଚନା ହୋଇପାରେ । ରାଜ୍ୟସଭାରେ ବାତ୍ୟାକୁ ନେଇ ଦିଆଯାଇଥିବା ନୋଟିସକୁ ଗତ ସପ୍ତାହରେ ଉପ-ରାଷ୍ଟ୍ରପତି ଭେଙଙ୍କୟା ନାଇଡୁ ସ୍ୱୀକାର କରିଥିଲେ । ମାତ୍ର ପରେ ହଙ୍ଗାମା ଯୋଗୁଁ ଆଲୋଚନା ହୋଇପାରି ନଥିଲା ।

ରାଜ୍ୟସଭା ସାଂସଦ ବାସୁଦେବନ ମୈତ୍ରେୟନଙ୍କ ତରଫରୁ ଧ୍ୟାନକର୍ଷଣ ପ୍ରସ୍ତାବ ଉପସ୍ଥାପନ କରାଯିବା ପରେ ପ୍ରାକୃତିକ ବିପର୍ଯ୍ୟୟ ନେଇ ମଙ୍ଗଳବାର ଆଲୋଚନା ହୋଇପାରେ । ଏହା ବ୍ୟତୀତ ପେଟ୍ରୋଲିୟମ ଏବଂ ଅନ୍ୟ ଜିନିଷର ଦରଦାମ ନେଇ ରାଜ୍ୟସଭା ଅଧ୍ୟକ୍ଷ ଆଲୋଚନା କରିବାକୁ ଅନୁମତି ଦେଇଛନ୍ତି ।

ସୂଚନାଯୋଗ୍ୟ ଗତ ଅକ୍ଟୋବରରେ ଗଜା ଏବଂ ତିତଲି ଯୋଗୁଁ ତାମିଲନାଡୁ ଏବଂ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତାମିଲନାଡୁରେ ଗଜା ଯୋଗୁଁ ନଭେମ୍ବରରେ ୧୨ ଜିଲ୍ଲାରେ ୪୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ସେହିଭଳି ବ୍ୟାପକ ଫସଲ ନଷ୍ଟ ହେବା ସହିତ ଘର-ଦ୍ୱାର ନଷ୍ଟ ହୋଇଯାଇଛି । କେନ୍ଦ୍ର ସରକାର ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ୩୫୩ କୋଟି ଟଙ୍କା ଅନ୍ତରିଣ ପାଣ୍ଠି ଯେଗାଇଛନ୍ତି ।

By amfnews

Related Post