Sun. Nov 24th, 2024

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୨୨ରେ ବିରୋଧୀ ଦଳମାନେ ହେବେ ଏକଜୁଟ

By amfnews Nov 18, 2018 #Featured
110 Views

ନୂଆଦିଲ୍ଲୀ, ନଭେମ୍ବର ୧୮ : ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳର ନେତାମାନେ ଚଳିତ ନଭେମ୍ବର ୨୨ରେ ଗୋଟିଏ ମଞ୍ଚରେ ଦେଖାଯିବେ। ସାଧାରଣ ନିର୍ବାଚନ ୨୦୧୯ ପୂର୍ବରୁ ବିରୋଧୀ ଦଳର ନେତାମାନଙ୍କ ଜାତୀୟ ରାଜଧାନୀରେ ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ବିରୋଧୀ ଦଳର ନେତାମାନେ ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର ଅଟକାଇବାକୁ ରଣନୀତି ପ୍ରସ୍ତୁତ କରିବେ । ବୈଠକ ଜରିଆରେ ବିରୋଧୀ ଦଳର ନେତାମାନେ ନିର୍ବାଚନ ପଥରେ ଥିବା ୫ଟି ରାଜ୍ୟର ମତଦାତାଙ୍କୁ ବାର୍ତ୍ତା ପ୍ରେରଣ କରିବାକୁ ଉଦ୍ୟମ କରିବେ । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ବିରୋଧୀ ଦଳମାନଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । 

ବିଜେପି ଏବଂ କଂଗ୍ରେସ ମଧ୍ୟରେ ଯଦିଓ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ସିଧାସଳଖ କଡା ମୁକାବିଲା ହେଉଛି, ତଥାପି ଏନଡିଏ ବିରୋଧରେ ବିରୋଧୀ ଏକତା ମଞ୍ଚ ପାଇଁ ପ୍ରସ୍ତୁତି ଚାଲିଛି । ରାଜନୈତିକ ଦଳର ନେତାମାନଙ୍କ ଟାର୍ଗେଟ ହେଉଛି ଲୋକସଭା ନିର୍ବାଚନ । ତୃଣମୂଳ କଂଗ୍ରେସ, ତେଲୁଗୁ ଦେଶମ ପାର୍ଟି, ନ୍ୟାସନାଲ କଂଗ୍ରେସ, ଜନତା ଦଳ (ସେକ୍ୟୁଲାର), ସିପିଏମ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ ଏବଂ ଆରଏଲଡି ଭଳି ଲୋକତନ୍ତ୍ର ବଞ୍ଚାଅ, ଦେଶ ବଞ୍ଚାଅ ଲକ୍ଷ୍ୟକୁ ନେଇ ଏକାଠି ପଡିଆକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହୋଇଛି । ଏହି ସବୁ ଦଳର ଉଦ୍ଦେଶ୍ୟ ଯେ, ବିଜେପି ଏହି ଦଳମାନଙ୍କ ମୁଖ୍ୟ ଶତ୍ରୁ ।

ସୂଚନାଯୋଗ୍ୟ ଯେ, ପ୍ରାୟ ଏକ ବର୍ଷ ପୂର୍ବରୁ ବିରୋଧୀ ଦଳମାନଙ୍କୁ ଏକାଠି କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାମ କରିଥିଲେ । ଏହା ପରେ ମମତାଙ୍କ ଏହି କାମ ଆଗକୁ ବଢ଼ାଇଥିଲେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ବର୍ତ୍ତମାନ ଏହି ଦୁଇ ନେତା-ନେତ୍ରୀ ବିରୋଧୀମାନଙ୍କୁ ଗୋଟିଏ ମଞ୍ଚରେ ଆଣିବା ପାଇଁ ଉଦ୍ୟମ କରୁଛନ୍ତି । ଆଗାମୀ ନଭେମ୍ବର ୨୨ରେ ହେବାକୁ ଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆଶା କରାଯାଉଛି ।

By amfnews

Related Post