Tue. Jun 10th, 2025

ଲୋକଙ୍କୁ ସିନେମା ଦେଖାଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

By amfnews Jan 28, 2019 #Featured
208 Views

ଆମେଥି ,ଜାନୁଆରୀ ୨୮ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଆମେଥିରେ ପୁଣି ସକ୍ରିୟ ହେଲେଣି। ସେ ଆମେଥିର ଜନସାଧାରଣଙ୍କ ହୃଦୟ ଜିତିବା ଲାଗି ପ୍ରୟାସ କରିଛନ୍ତି। ସେ ସେହି ଅଞ୍ଚଳର ଲୋକଙ୍କୁ ସିନେମା ଦେଖାଇଥିଲେ। ଯେତେବେଳେ ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ସିନେମା ରିଲିଜ୍‌ ହୋଇଥିଲା, ସେତେବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି ତିନିଟି ସ୍ଥାନରେ ମୋବାଇଲ୍‌ ଡିଜିଟାଲ୍‌ ଟେକନିକ୍‌ ଜରିଆରେ ସେହି ସିନେମା ଲୋକଙ୍କୁ ଦେଖାଇଥିଲେ। ଏବେ ସେ ପ୍ରତି ଗାଆଁରେ ସେହି ସିନେମା ପ୍ରଦର୍ଶନର ଯୋଜନା କରୁଛନ୍ତି।ତା’ଛଡା ସ୍ମୃତି ଇରାନୀ ଆମେଥି ନିର୍ବାଚନ ମଣ୍ଡଳୀର ପ୍ରାୟ ୨୦ ହଜାର ଲୋକଙ୍କୁ ପ୍ରୟାଗରାଜର କୁମ୍ଭ ମେଳାକୁ ନେବା ପାଇଁ ବି ଯୋଜନା କରିଛନ୍ତି।

ଏଥିରୁ ସ୍ପଷ୍ଟ ହେଉଛି ଯେ ସ୍ମୃତି ଇରାନୀ ପୁଣି ଥରେ ଆମେଥିରୁ ହିଁ ନିର୍ବାଚନ ଲଢିବେ। ଗତ ଥର ସେ ରାହୁଲ ଗାନ୍ଧୀଙ୍କଠାରୁ ପରାଜିତ ହୋଇଥିଲେ। ମାତ୍ର ଏବେ ସ୍ମୃତିଙ୍କର ଲୋକପ୍ରିୟତା ବୃଦ୍ଧି ପାଇଥିବା ଜଣାଯାଇଛି। ମଝିରେ ଶୁଣିବାକୁ ମିଳୁଥିଲା ଯେ ଆମେଥିରୁ କୁମାର ବିଶ୍ୱାସ ନିର୍ବାଚନ ଲଢ଼ିବେ , ହେଲେ ସେଥିରେ ଏବେ ପୂର୍ଣ୍ଣଛେଦ ପଡ଼ିଛି।

By amfnews

Related Post