Sat. Mar 7th, 2026

ଲୋକଙ୍କ ଭିତରେ ବୃଦ୍ଧି ପାଉଛି ମାନସିକ ଅସୁସ୍ଥତା , ୭ ଜଣ ଭାରତୀୟଙ୍କ ଭିତରୁ ଜଣେ ଏହି ରୋଗର ଶିକାର: ଗବେଷଣା

190 Views

ନୂଆଦିଲ୍ଲୀ: ଦନକୁ ଦିନ ଲୋକଙ୍କ ଭିତରେ ମାନସିକ ରୋଗ ବୃଦ୍ଧି ପାଇବାରେ ଲାଗିଛି। ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ୨୦୧୭ ମସିହାରେ ୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଏହି ରୋଗର ଶିକାର ହୋଇଛନ୍ତି। ବିଷାଦ ଓ ବିକାର ପରି ରୋଗ ଧୀରେ ଧୀରେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି।

ଗବେଷଣାରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଏହି କାରଣରୁ ହିଁ ଆତ୍ମହତ୍ୟାଜନିତ ମୃତ୍ୟୁ ସଂଖ୍ୟା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ମାନସିକ ରୋଗର ଶିକାର ହୋଇଥିବା ବ୍ୟକ୍ତିମାନେ ମୁଖ୍ୟତଃ ଆତ୍ମହତ୍ୟା କରୁଥିବାର ଦେଖିବାକୁ ମିଳିଛି। ତେବେ, ଏହି କ୍ଷେତ୍ରରେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଟିକେ ବେଶି ପ୍ରଭାବିତ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି।

ଭାରତରେ ଏପରି ଏକ ରୋଗ ପ୍ରାୟତଃ ୧୯୯୦ ମସିହା ପରଠାରୁ ବିଶେଷ ଭାବେ ଦେଖିବାକୁ ମିଳିଛି। ୨୦୧୭ ସୁଦ୍ଧା ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଛି। ଅତ୍ୟଧିକ ମାନସିକ ଚାପ ହିଁ ଏହି ରୋଗର ଏକ ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ସୂଚନା ଦେଇ କହିଛନ୍ତି।

ଅବସାଦ, ବିକାର, ସିଜୋଫ୍ରେନିଆ, ବୌଦ୍ଧିକ ଅକ୍ଷମତା, ଆଚରଣ ବିକାର ଓ ଆତ୍ମକେନ୍ଦ୍ରିତ ଆଦି ରୋଗରେ ୨୦୧୭ ମସିହାରେ ପ୍ରାୟ ୧୪.୩ ପ୍ରତିଶତ ଭାରତୀୟ ଶିକାର ହୋଇଥିବା ସୂଚନା ରହିଛି।

By amfnews

Related Post