Sun. Mar 8th, 2026

ଲୁଟ୍‌ ବେଳେ ଧରାପଡ଼ିଲେ ୨ ଲୁଟେରା, ନିସ୍ତୁକ ପିଟିଲେ ଲୋକେ

218 Views

ଜଳେଶ୍ବର : ବାଲେଶ୍ବରର ଜଳେଶ୍ବରଠାରେ ଲୁଟ୍‌ ଉଦ୍ୟମ କରୁଥିବା ୨ ଜଣ ଯୁବକ ଲୋକଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇଛନ୍ତି। ଏହାପରେ, ଦୁହିଁଙ୍କୁ ପୁଲିସ୍‌ର ଜିମା ଦିଆଯାଇଛି। ଦୁଇ ଲୁଟେରା ହେଲେ, ଗଞ୍ଜାମ ଜିଲ୍ଲା ବାବନପୁର ଅଞ୍ଚଳର ଆୟୁଲ ୟେଶୁ ଓ ଅନ୍ୟଜଣେ ଯାଜପୁର ପୂର୍ବକୋଟେର ଆଉଲା ରାମାରାଓ। ଦୁହେଁ ଆଜି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ଅଭିମନ୍ୟୁ ସାହୁଙ୍କଠାରୁ ବ୍ୟାଗ୍‌କୁ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ।

ଏମିତି ଛଡ଼ାଛଡ଼ି ଭିତରେ ଅଭିମନ୍ୟୁ ବାଇକ୍‌ ସହ ପଡ଼ି ଯାଇଥିବବେଳେ ପଲସର ସହ ଦୁଇ ଲୁଟେରା ମଧ୍ୟ ଭାରସାମ୍ୟ ହରାଇ ପଡ଼ିଯା‌ଇଥିଲେ। ଅଭିମନ୍ୟୁ ପାଟି କରିବାରୁ ସ୍ଥାନୀୟ କିଛି ଲୋକ ସେଠାରେ ପହଂଚି ଯାଇଥିଲେ। ‌ଲୋକଙ୍କୁ ଦେଖି ଦୁଇଜଣ ଲୁଟେରା ବିଲ ମଧ୍ୟରେ ଦୌଡ଼ିଥିଲେ। ତେବେ ଲୋକେ ଗୋଡ଼ାଇ ଗୋଡ଼ାଇ ଜଣକୁ ଜାତୀୟ ରାଜପଥ ନିକଟରୁ ଏବଂ ଅନ୍ୟଜଣଙ୍କୁ ନନ୍ଦିକା ନିକଟରୁ ଧରି ନିସ୍ତୁକ ପିଟିଥିଲେ। ଖବର ପାଇ ପୁଳିସ ପହଞ୍ଚିବା ସହ ଆହତ ଲୁଟେରାଙ୍କୁ ଉଦ୍ଧାର କରିଥିଲା।

By amfnews

Related Post