Wed. May 14th, 2025

ଲୁଟ୍‌ ପାଇଁ ଯୁବକଙ୍କୁ ବୀଭତ୍ସଭାବେ ହାଣି ହତ୍ୟା

By amfnews Jan 29, 2019 #Featured
217 Views

ବଲାଙ୍ଗୀର : ବଲାଙ୍ଗୀର ସହରର ମହାଲକ୍ଷ୍ମୀ ନଗର ନିକଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଅତି ବୀଭତ୍ସଭାବେ ବିଭିନ୍ନ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ବିଳମ୍ବିତ ରାତିରେ ତାଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତାପ ମହାପାତ୍ର ନାମକ ଜଣେ ଏକ ଗଣମାଧ୍ୟମର କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ଗତକାଲି ସେ ସୋନପୁର ଯାଇଥିଲେ। ସେଠାରୁ ଗତକାଲି ରାତିରେ ଫେରି ବଲାଙ୍ଗୀରରେ ଓହ୍ଲାଇ ସେ ଅଫିସକୁ ଯାଉଥିଲେ। ଅଫିସର କର୍ମଚାରୀମାନେ ମଧ୍ୟ ତାଙ୍କୁ ଅପେକ୍ଷା କରିଥିଲେ। ତେବେ ରାତି ୧ଟା ବେଳେ ମହାଲକ୍ଷ୍ମ୍ମୀ ନଗରଠାରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିିବା ନେଇ ଅଫିସର ଅନ୍ୟ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୁଟ୍‌ ପାଇଁ ପ୍ରତାପଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ପ୍ରତାପଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାଯାଇଛି। ପୁଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

By amfnews

Related Post