Mon. Mar 9th, 2026

ଲୁଟ୍‌ ଉଦ୍ୟମ ବିଫଳ, ଦମ୍ପତି ଗୁରୁତର

148 Views

ଖଣ୍ଡଗିରି : ଦୁଇ ଦିନରେ ପାଞ୍ଚ ଜଣ ଅପରାଧୀଙ୍କୁ କମିସନରେଟ୍‌ ପୁଲିସ ଏନ୍‌କାଉଣ୍ଟର କରିବା ପରେ ବି ରାଜଧାନୀରେ ଲୁଟେରାମାନଙ୍କ ଆତଙ୍କ କମିବା ନାଁ ଧରୁନାହିଁ। ସୋମବାର ରାତି ପ୍ରାୟ ୯ଟା‌ରେ ୧୬ ନମ୍ବର ଜାତୀୟ ରାଜପଥର ଯାଁଳା ବଜାର ନିକଟରେ ପୁଣି ଏକ ଲୁଟ୍‌ ଉଦ୍ୟମ ହୋଇଛି। ଖୋର୍ଧାର ଏକ ଦମ୍ପତି ଏହି ଲୁଟ୍‌ରୁ ବର୍ତ୍ତି ଯାଇଥିଲେ ବି ବାଇକ୍‌ରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ। ଯାଁଳା ଫାଣ୍ଡି ପୁଲିସ ସେମାନଙ୍କୁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସୂଚନାନୁସାରେ ଏହି ଦମ୍ପତି ଯାଁଳା ବଜାର ଅତିକ୍ରମ କରୁଥି‌ବା ବେଳେ ଏକ ନମ୍ବରବିହୀନ ଆପାଚିରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ପିଛାକରିଥିଲେ। ପଛରେ ବସିଥିବା ଦୁର୍ବୃତ୍ତ ମହିଳାଙ୍କ ଭ୍ୟାନିଟି ଝାମ୍ପିବାକୁ ଉଦ୍ୟମ କରିବା ବେଳେ ତାଙ୍କ ସ୍ବାମୀ ଗାଡ଼ି ଉପରୁ ଭାରସାମ୍ୟ ହରାଇଥିଲେ।

By amfnews

Related Post