Thu. Nov 7th, 2024

ଲୁଟ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଲୁଟେରା

By amfnews Jul 12, 2019 #Featured
116 Views

ଭଦ୍ରକ  :   ଜଣେ ଯୁବତୀଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଦୁଇ ଲୁଟେରା। ୨ ଲୁଟେରା ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି । ସୂଚନା ଅନୁଯାୟୀ , ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ କୁଶଗଡ଼ିଆ ନିକଟରେ ଦୁଇ ଲୁଟେରା ଏକ ବ୍ଲାକ ପଲସର ଯୋଗେ ଆସି ସ୍କୁଟିରେ ଯାଉଥିବା ଯୁବତୀ ଜଣଙ୍କ ବେକରୁ ସୁନା  ଚେନ ଛିଡା଼ଇ ନେଇଥିଲେ । ଯୁବତୀ ଜଣକ ବହୁ ଜୋରରେ ଚିତ୍କାର କରିବାରୁ ନିକଟରେ ଥିବା କିଛି ଲୋକ ଲୁଟେରାଙ୍କୁ ଗୋଡ଼ାଇ ଥିଲେ । ଲୁଟେରାମାନେ ଲୋକଙ୍କ ଭୟରେ ଦ୍ରୁତ ବେଗରେ ବାଇକ ଚଳାଇବାରୁ ଭାରସ୍ୟାମ ହରାଇ ଜାତୀୟ ରାଜପଥ ପାର୍ଶ୍ୱରେ ଛିଟିକି ପଡ଼ିଥିଲେ । ଫଳରେ ସ୍ଥାନୀୟ ଲୋକ ଲୁଟେରାଙ୍କ ନିକଟରୁ ଚେନ ଉଦ୍ଧାର କରିବା ସହ ସଙ୍କଟାପନ ଅବସ୍ଥାରେ ଦୁଇ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଲୁଟେରାଙ୍କ ଘର ଗଞ୍ଜାମ ଅଞ୍ଚଳର ବୋଲି ଜଣାପଡିଛି।

By amfnews

Related Post