Tue. Dec 24th, 2024

ଲିଜେଣ୍ଟ ଅଫ ଚେସ ଟୁର୍ଣ୍ଣାମେଣ୍ଟରେ ଆନନ୍ଦଙ୍କ ପଂଚମ ପରାଜୟ

By amfnews Jul 26, 2020 #Featured
184 Views

ନୂଆଦିଲ୍ଲୀ, ଜୁଲାଇ ୨୬  : ଲିଜେଣ୍ଟ ଅଫ ଚେସ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ପଂଚମ ଥର ପାଇଁ ପରାଜୟ ବରଣ କରିଛନ୍ତି ଭାରତର ଚେସ ଖେଳାଳି ବିଶ୍ୱନାଥ ଆନନ୍ଦ ।

ଅନଲାଇନରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ହଙ୍ଗେରୀର ପିଟର ଲେକୋ ଠାରୁ ୨-୩ ପଏଣ୍ଟରେ ହାରିବା ପରେ କ୍ରମାଗତ ପଂଚମ ପରାଜୟ ବରଣ କରିଛନ୍ତି ଭାରତୀୟ ଗ୍ରାଣ୍ଡ ମାଷ୍ଟର ଆନନ୍ଦ. ଏହି ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲରେ ସବୁଠାରୁ ଶେଷରେ ରହିଛନ୍ତି ଆନନ୍ଦ ।

ପୂର୍ବରୁ ସେ ପିଟର ସ୍ୱିଡ଼ଲେୟାର, ମାଗ୍ନୁସ କାର୍ଲସନ, ଭ୍ଲାଡିମିର କ୍ରାମନିକଙ୍କ ଏବଂ ଅନିଷ ଗିରିଙ୍କ ଠାରୁ ପରାଜିତ ହୋଇଥିଲେ ।

ଏହି ଟୁର୍ନାମେଣ୍ଟ ମାଗ୍ନୁସ୍ କାର୍ଲସେନ୍ ଚେସ୍ ଟୁରର ଏକ ଅଂଶ । ଏହି ଇଭେଣ୍ଟର ବିଜେତା ଅଗଷ୍ଟ ୯ ରୁ ୨୦ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ୩୦୦,୦୦୦ ଡଲାର ଗ୍ରାଣ୍ଡ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

By amfnews

Related Post