Sat. Mar 7th, 2026

ଲାୟନ୍ସ କ୍ଲବ ରାଉରକେଲା ସ୍ମାର୍ଟ ସିଟିର ନୂତନ କର୍ମକର୍ତ୍ତାଙ୍କ ଶପଥଗ୍ରହଣ

259 Views

ରାଉରକେଲା, ୧୦/୭: ଲାୟନ୍ସ କ୍ଲବ ରାଉରକେଲା ସ୍ମାର୍ଟ ସିଟିର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ରାହ୍ମଣୀ କ୍ଲବ ପରିସରରେ ଆୟୋଜିତ ଏହି ଉତ୍ସବରେ ପିଏମ୍ଜେଏଫ୍ ଓ ପିଡିଜି ଲାୟନ ଇଂ. ଯତୀନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ଲବର କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ଲାୟନ ନାୟକ ତାଙ୍କ ଉଦ୍ବୋଧନରେ ରାଉରକେଲା ସ୍ମାର୍ଟ ସିଟି କ୍ଲବକୁ ସହରର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବାକୁ ଲାୟନମାନଙ୍କୁ ଆହ୍ୱାନ ଦେଇଥିଲେ ।

ପ୍ରତ୍ୟେକ କର୍ମକର୍ତ୍ତା ନିଃସ୍ୱାର୍ଥପର ଓ ସେବା ମନୋଭାବ ନେଇ ନିଜ ନିଜ କର୍ତ୍ତ୍ୟବ କଲେ କ୍ଲବ ନିଶ୍ଚିତ ଭାବେ ଉଚ୍ଚ ସୋପାନରେ ପହଞ୍ଚି ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ତେଣୁ କ୍ଲବର ପ୍ରତ୍ୟେକ ସଦସ୍ୟ ଏକତା ରୁଜୁରେ ବାନ୍ଧି ହୋଇ କାମ କରିବାକୁ ଲାୟନ ନାୟକ ପରାମର୍ଶ ଦେଇଥିଲେ । ଏହି ଅବସରରେ ନୂତନ ସଭାପତି ଲାୟନ ରବିଶଙ୍କର ଖାଡ଼ଙ୍ଗା, ସମ୍ପାଦକ ଲୋକେଶ ପ୍ରସାଦ ନାୟକ, କୋଷାଧ୍ୟକ୍ଷ ଲାୟନ ଅଶ୍ଳେଷା ସାହୁ, ଟ୍ୟାମର ଲାୟନ ବିଭୁନନ୍ଦିନୀ ଶତପଥୀ, ଟ୍ୱିଷ୍ଟର ଲାୟନ ଏସ୍.ଜୟଲକ୍ଷ୍ମୀ ଡୋରା, ପ୍ରଥମ ଉପସଭାପତି ଲାୟନ ଲଳିତେନ୍ଦୁ ଚୌଧୁରୀ, ଦ୍ୱିତୀୟ ଉପସଭାପତି ଲାୟନ ଅଭିରାମ ଦୋରା ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ ।

ମୁଖ୍ୟଅତିଥି ଲାୟନ ଇଂ. ନୂତନ ସଭାପତି ଲାୟନ ଖାଡ଼ଙ୍ଗାଙ୍କୁ ଲାୟନ ଲୋଗୋ ପିନ୍ଧାଇ ଶପଥ କରାଇଥିଲେ । ଲାୟନ ଖାଡ଼ଙ୍ଗା ଉଦ୍ବୋଧନ ଦେଇ କ୍ଲବକୁ ପ୍ରଗତିପଥରେ ଆଗେଇ ନେବାକୁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି କହିଥିଲେ । କ୍ଲବର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ନିତାନ୍ତ ଜରୁରୀ ବୋଲି ସେ କହିଥିଲେ । କ୍ଲବ ପୂର୍ବରୁ ଯେଉଁ ସବୁ ପ୍ରକଳ୍ପ ହାତକୁ ନେଇଥିଲା ତାକୁ ସଂପୂର୍ଣ୍ଣ କରାଯିବା ସହିତ ଭବିଷ୍ୟତରେ ଅଧିକ ଜନସେବାକୁ ପ୍ରାଧାନ୍ୟ ଦିଆଯିବ ବୋଲି ନୂତନ ସଭାପତି ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିପରି ଲାୟନ ନବୀନ ଚକ୍ରବର୍ତ୍ତୀ, ଲାୟନ ରାଜକିଶୋର ସାହୁ, ଲାୟନ ଲଲାଟେନ୍ଦୁ ଚୌଧୁରୀ, ଲାୟନ ଡ. ଦୁର୍ଗେଶ ନନ୍ଦିନୀ ବିଶ୍ୱାଳ ଓ ଲାୟନ ରଜନୀରାଣୀ ଚୌଧୁରୀ କ୍ଲବର ନିର୍ଦ୍ଦେଶକ ମଣ୍ଡଳୀରେ ସ୍ଥାନ ପାଇଛନ୍ତି ।

Related Post