Fri. Mar 6th, 2026

ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଟିକେଟ୍‌ ନ ମିଳିବା ପରେ ଏପରି ମନ୍ତବ୍ୟ ଦେଲେ ମମତା ବାନାର୍ଜୀ

394 Views

କୋଲକାତା: ଭାରତୀୟ ଜନତା ପାର୍ଟି ଏହାର ଦୁଇ ବରିଷ୍ଠ ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଟିକେଟ୍‌ ନ ଦେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉଭୟଙ୍କ ସହ ଯୋଗଯୋଗ କରିବାପରେ ମମତା କହିଛନ୍ତି ଯେ ସେ ଆଡଭାନୀଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ସେ ପଚାରି ବୁଝିଛନ୍ତି।

ମମତା ଆହୁରି ମଧ୍ୟ କହିଛନ୍ତି ଯେ,ଭାଜପା ନିଜର ପ୍ରତିଷ୍ଠତା ସଦସ୍ୟମାନଙ୍କ ସହିତ ଯେଉଁ ଭଳି ବ୍ୟବହାର ପ୍ରଦର୍ଶନ କରିଲା, ବାସ୍ତବରେ ତାହା ଅତ୍ୟନ୍ତ ଦୁଃଖଦ। ତେବେ ଏ ସଂପର୍କରେ ସେ କିଛି ବି  ଟିପ୍ପଣୀ କରିବାକୁ ଚାହାଁନ୍ତି ନାହିଁ, କାରଣ ଏହା ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ଏଠାରେ ସୂଚନାଯୋଗ୍ୟ ଯେ ଭାଜପା ଲାଲକୃଷ୍ଣ ଆଡଭାନୀଙ୍କ ପରିବର୍ତ୍ତେ ଦଳର ଅଧ୍ୟକ୍ଷ ଅମିତ ଶାହାଙ୍କୁ  ଗାନ୍ଧୀ ନଗରରୁ ଓ କେନ୍ଦ୍ରମନ୍ତ୍ରୀ ସତ୍ୟଦେବ ପଚୌରୀଙ୍କୁ ମୁରଲୀ ମନୋହର ଯୋଶୀଙ୍କ ବଦଳରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛି।

 

By amfnews

Related Post