Sat. Mar 7th, 2026

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଏମ୍‌କେସିଜି ମୁଖ୍ୟ କିରାଣି

243 Views

ବ୍ରହ୍ମପୁର : ଅବସରପ୍ରାପ୍ତ ଡାକ୍ତରଙ୍କ ଜିପିଏଫ୍‌ ଫାଇଲ୍‌ କାମ ପାଇଁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏମ୍‌କେସିଜି ମେଡିକାଲ କଲେଜ ମୁଖ୍ୟ କିରାଣି ନୀଳକଣ୍ଠ ସାହୁ। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କିରାଣି ନୀଳକଣ୍ଠଙ୍କ ଠାରୁ ଲାଞ୍ଚ ବାବଦ ୫ହଜାର ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିବା ନେଇ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ଅପରପକ୍ଷରେ ନୀଳକଣ୍ଠ ସଫେଇ ଦେଇଛନ୍ତି, ତାଙ୍କୁ ଯୋଜନାବଦ୍ଧ ଭାବେ ଫସାଇ ଦିଆଯାଇଛି। ଉଦ୍ଦେଶ୍ୟମୂଳକ ଭାବେ ଷଡ଼୍‌ଯନ୍ତ୍ର କରି ତାଙ୍କ ପକେଟରେ ଟଙ୍କା ପୂରାଇ ଦିଆଯାଇ ଭିଜିଲାନସ୍‌କୁ ବ୍ୟବହାର କରାଯାଇଛି ବୋଲି ସେ କହିଛନ୍ତି।

By amfnews

Related Post