Sat. Mar 7th, 2026

ଲାଗୁ ହେଲା ମୋ ସରକାର ପାର୍ଟ-ଟୁ: କାଳିଆ ସମେତ ୯ ଯୋଜନା ସାମିଲ

185 Views

ଭୁବନେଶ୍ୱର  :  ଆଜିଠୁ ଲାଗୁ ହୋଇଛି ମୋ ସରକାର ପାର୍ଟ-ଟୁ । ପୂର୍ବ ଘୋଷଣା ଅନୁସାରେ କାଳିଆ ଯୋଜନା ସମେତ ୬ଟି ବିଭାଗର ୯ଟି ଯୋଜନାକୁ ଏଥିରେ ସାମିଲ  କରାଯାଇଛି। ଖାଦ୍ୟ ଯୋଗାଣ ବିଭାଗ ଅଧିନରେ ଥିବା ଚାଷୀ ପଞ୍ଜୀକରଣ ଓ ଧାନକିଣା ପରି କିଛି ସମସ୍ୟା ସଂପର୍କରେ ଲୋକଙ୍କ ମତାମତ ନେଇ ମୋ ସରକାର ପାର୍ଟ-ଟୁର ପ୍ରଥମ ପୃଷ୍ଠା ଖୋଲିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ତେବେ ବହୁଚର୍ଚ୍ଚିଚ କାଳିଆ ଯୋଜନା ଏଥିରେ ସାମିଲ ହେବା ପୂର୍ବରୁ ସରକାର ଚାଷୀଙ୍କ ପାଇଁ ଖୋଲିଥିବା ୨୪ ଘଣ୍ଟିଆ କଲ୍‌ସେଣ୍ଟର ଓ ଟୋଲ୍ ଫ୍ରିନମ୍ବର ବନ୍ଦ ହୋଇଯାଇଛି। ହେଲେ ମନ୍ତ୍ରୀ କିନ୍ତୁ କହୁଛନ୍ତି, କଲ୍‌ସେଣ୍ଟର ମାଧ୍ୟମରେ ହିଁ ଚାଷୀଙ୍କ ମତାମତ ନିଆଯାଉଛି। ଆଧାର ଲିଙ୍କ ଓ  ଟୋକନ  ଅବ୍ୟବସ୍ଥା  ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବରଗଡ ଓ ମାଲାକନାଗିରର ଚାଷୀଙ୍କ ସହ କଥା ହୋଇଛନ୍ତି।

ମୋ ସରକାର ଯୋଜନାର ଦିତୀୟ ପର୍ଯ୍ୟାୟରେ ସାମିଲ ହୋଇଛି ଚାଷୀ ପଞ୍ଜିକଣ ଓ  ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା । ସେହିପରି ନୂଆ ଟ୍ରାଫିକ ନିୟମ ଲାଗୁ ନେଇ ଟେନସନରେ ଥିବା ପରିବହନ ବିଭାଗର ବାହନ ଓ ସାରଥୀକୁ ବି ଆଜିଠାରୁ ମୋ ସରକାର ଅଧିନକୁ ଆଣିଛନ୍ତି ସରକାର।

ତେବେ ମୋ ସରକାର ପାର୍ଟ-୨ର ଫୋକସରେ ଅଛି ବହୁ ଚର୍ଚ୍ଚିତ କାଳିଆ ଯୋଜନା।  ଆଜିଠାରୁ ଏହା ମୋ ସରକାର ପରିଧିକୁ ଆସିଥିବା ବେଳେ ଯୋଜନା ପାଇଁ କୃଷି ବିଭାଗ ଜିଲ୍ଲାଓ୍ୱାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛି। ତେବେ ଚାଷୀଙ୍କ କଥା ବୁଝିବାକୁ ଗତ ଜାନୁଆରୀ ୫ରେ ଓକାକ ବିଲିଡିଂରେ ଖୋଲିଥିବା କଲ ସେଣ୍ଟର ଏବେ ଆଉ କାମ କରୁନି। ଏଠି ଘରୋଇ ଟେଲିକମ ସଂସ୍ଥା କଲ ସେଣ୍ଟର ଖୋଲିଛି। ନିର୍ବାଚନ ପରେ କାଳିଆ କଲ ସେଣ୍ଟର ବନ୍ଦ ହୋଇଯାଇଛି । ତେବେ ଏହି କଲସେଣ୍ଟର ମାଧ୍ୟମରେ ରୀତିମତ ଚାଷୀଙ୍କ ମତାମତ ସଂଗ୍ରହ କରାଯାଉଥିବା କୃଷିମନ୍ତ୍ରୀ କହିଛନ୍ତି।ସେପଟେ ପ୍ରଥମ କିସ୍ତି ଟଙ୍କା ମିଳନଥିବା ବେଳେ ଦ୍ୱିତୀୟ କିସ୍ତି ଟଙ୍କା ଦେବାକୁ ସରକାର ସମୟ ଗଡାଉଥିବା  ଚାଷୀ ଅଭିଯୋଗ କରିଛନ୍ତି।

ଗାନ୍ଧି ଜୟନ୍ତିରୁ ପ୍ରଥମେ ଥାନା ଓ ଡାକ୍ତରଖାନାରେ ମୋ ସରକାର ଲାଗୁ ହୋଇଥିବା ବେଳେ ଏବେ ୬ଟି ବିଭାଗ ଓ ମାର୍ଚ୍ଚ ୨୦୨୦ ସୁଦ୍ଧା ସରକାରଙ୍କ ସବୁ ବିଭାଗରେ ଏହା ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି।

By amfnews

Related Post