Thu. Jan 23rd, 2025

ଲଭଜିହାଦ ବିରୋଧରେ କଠୋର ହେଲେ ମଧ୍ୟପ୍ରଦେଶ ସରକାର, ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ୨୫ ହଜାର ଟଙ୍କାର ଜରିମାନା

By amfnews Dec 26, 2020 #Featured
234 Views

ମଧ୍ୟପ୍ରଦେଶ, ଡିସେମ୍ବର ୨୬ (ଖବର ଓଡ଼ିଶା):

ଲଭ ଜିହାଦ ଭଳି କାର୍ଯ୍ୟକଳାପ ବନ୍ଦ କରିବାକୁ ମଧ୍ୟପ୍ରଦେଶରେ ‘ଧର୍ମ ସ୍ବତନ୍ତ୍ରତା ବିଧେୟକ- ୨୦୨୦’କୁ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଛି।

ଯଦି ଏହି ଲଭଜିହାଦର ଆଇନ ପ୍ରଣୟନ ହୁଏ, ତେବେ ଅଭିଯୁକ୍ତକୁ ଦୁଇ ବର୍ଷରୁ ୧୦ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ। ଉଲ୍ଲେଖନୀୟ କଥା ହେଉଛି, ପୂର୍ବରୁ ଉତ୍ତରପ୍ରଦେଶ ସରକାର ମଧ୍ୟ ଲଭ୍ ଜିହାଦ ବିରୋଧରେ ଏକ ନିୟମ ପ୍ରଣୟନ କରିଥିଲେ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ନୂତନ ବିଲ୍ ଅନୁଯାୟୀ କାହାକୁ ଜବରଦସ୍ତ ଧର୍ମ ରୂପାନ୍ତର କରିବା ଦ୍ୱାରା ଏକ ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ସର୍ବନିମ୍ନ ୨୫ ହଜାର ଟଙ୍କାର ଜୋରିମାନା ହେବ।

ଏହି ବିଲ୍ ଅନୁଯାୟୀ ନାବାଳିକା କିମ୍ବା ଅନୁସୂଚିତ ଜାତି ତଥା ଜନଜାତିର ମହିଳାଙ୍କୁ ଜବରଦସ୍ତ ଧର୍ମ ରୂପାନ୍ତର କରିବା ଦ୍ବାରା ୫୦ ହଜାର ଟଙ୍କା ଜରିମାନା ଏବଂ ଦୁଇ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ମଧ୍ୟ ରହିବ।

ସେ କହିଛନ୍ତି ଯେ ମଧ୍ୟପ୍ରଦେଶରେ ଲଭଜିହାଦ ବିଷୟରେ ଏକ ଆଇନ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଏହି ବିଲ୍ ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନ ଉପସ୍ଥାପିତ ହେବ। ଏହା ବ୍ୟତୀତ, ଆଇନରେ ନିର୍ଦ୍ଦୋଷତାର ପ୍ରମାଣ ଉପସ୍ଥାପନ କରିବାର ଦାୟିତ୍ବ ଅଭିଯୁକ୍ତଙ୍କ ଉପରେ ରଖାଯାଇଛି।

ଏଥିରେ ପୀଡିତା ଏବଂ ଅପରାଧରେ ଜନ୍ମିତ ଶିଶୁର ଯତ୍ନ ନେବାକୁ ଅଧିକାର ପାଇବାକୁ ବ୍ୟବସ୍ଥା କରାଯାଇଛି। ପିତାଙ୍କ ସମ୍ପତ୍ତିରେ ଉତ୍ତରାଧିକାରୀ ଭାବରେ ଜନ୍ମ ହୋଇଥିବା ଶିଶୁର ଅଧିକାର ବଜାୟ ରଖିବା ପାଇଁ ବ୍ୟବସ୍ଥା ଅନ୍ତର୍ଭୁକ୍ତ  ।

By amfnews

Related Post