Mon. Jan 13th, 2025

ଲଦ୍ଦାଖରେ ଉତ୍ତେଜନା ଥିବା ବେଳେ ରାଜନାଥଙ୍କୁ ଭେଟିବାକୁ ଉଦ୍ୟମ କଲେ ଚୀନ ପ୍ରତିରକ୍ଷା ମନ୍ତ୍ରୀ

By amfnews Sep 4, 2020 #Featured
258 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪ : ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ପୂର୍ବ ଲଦ୍ଦାଖରେ ଉତ୍ତେଜନା ଜାରି ରହିଛି । ଏହାରି ମଧ୍ୟରେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ବେଇ ଫେଗହି ଶାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ବୈଠକ କରିବାକୁ ଉଦ୍ୟମ କରିଛନ୍ତି । ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ବର୍ତ୍ତମାନ ଏସସିଓ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଅଂଶ ଗ୍ରହଣ କରିବାକୁ ରୁଷିଆର ରାଜଧାନୀ ମସ୍କୋରେ ଅଛନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚୀନ ପକ୍ଷ ଭାରତୀୟ ମିଶନକୁ ଉଭୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ନିଜର ଆଗ୍ରହ ସଂପର୍କରେ ଅବଗତ କରିଛନ୍ତି । ଭାରତ ବୈଠକ ଲାଗି ଇଚ୍ଛୁକ କି ନାହିଁ, ଏସଂପର୍କରେ କୌଣସି ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇପାରି ନାହିଁ ।

ଏହା ପୂର୍ବରୁ ଭାରତ ଗୁରୁବାର କହିଥିଲା ଯେ, ପୂର୍ବ ଲଦ୍ଦାଖରେ ଗତ ୪ ମାସ ମଧ୍ୟରେ ସୀମାରେ ଦେଖାଯାଇଥିବା ଉତ୍ତେଜନା ଏହି କ୍ଷେତ୍ରରେ ଏକତରଫା ଭାବେ ଯଥାସ୍ଥିତି ବଦଳିବାର ଚୀନ କାର୍ଯ୍ୟାନୁଷ୍ଠାନର ‘ପ୍ରତ୍ୟକ୍ଷ ପରିଣାମ’ ଅଟେ । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସାପ୍ତାହିକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ତ ସମସ୍ୟାର ସମାଧାନ କରିବାକୁ ଚାହେଁ । ଏହି ପ୍ରସଙ୍ଗରେ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି ।

By amfnews

Related Post