Wed. Mar 11th, 2026

ଲଜ୍ଜା: ସ୍ୱାଧୀନତା ଦିବସକୁ ସାଧାରଣତନ୍ତ୍ର ଦିବସ ବୋଲି କହୁଛନ୍ତି ବରିଷ୍ଠ ଅଧିକାରୀ

256 Views

ନୂଆଦିଲ୍ଲୀ  : ଆସନ୍ତାକାଲି ସାରା ଦେଶ ପାଳନ କରିବ ୭୩ତମ ସ୍ୱାଧୀନତା ଦିବସ। ତେବେ, ଏହି ମହାନ ଦିବସକୁ ବରିଷ୍ଠ ବ୍ୟକ୍ତିମାନେ ଯେଉଁଭଳି ଭାବେ ଭୁଲ୍‌ ନାମ ଦେଉଛନ୍ତି ତାହା ଦେଶ ପାଇଁ ଏକ ଲଜ୍ଜା ପାଲଟୁଛି। ଦୁଇଟି ପୃଥକ ଘଟଣାରେ ଦିଲ୍ଲୀ ଓ ଗୋଆର ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ୱାଧୀନତା ଦିବସକୁ ସାଧାରଣତନ୍ତ୍ର ଦିବସ ବୋଲି କହିଥିବାର ଦେଖିବାକୁ ମିଳିଛି।

ନିକଟରେ ଦିଲ୍ଲୀରୁ ଜାରି କରାଯାଇଥିବା ଏକ ପରାମର୍ଶ ପତ୍ରରେ ସ୍ୱାଧୀନତା ଦିବସକୁ ସାଧାରଣତନ୍ତ୍ର ଦିବସ ବୋଲି ଉଲ୍ଲେଖ କରାଯାଇଛି। ଯାହାକି ଏବେ ଖୁବ୍‌ ଚର୍ଚ୍ଚା ପାଲଟିଛି। ସେହିପରି ଗୋଆର ରାଜ୍ୟ ସରକାରୀ ଯୁଗ୍ମ ସଚିବ ଭୁଲ୍‌ବଶତଃ ସ୍ୱାଧୀନତା ଦିବସକୁ ଗଣତନ୍ତ୍ର ଦିବସ କରିଥିବାର ନଜର ଆସିଛନ୍ତି। ଏହି ରାଜ୍ୟର ବିରୋଧୀ ଦଳ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାଓ୍ଵନ୍ତଙ୍କୁ ନିନ୍ଦା କରିବା ସହ ଏପରି ଏକ ମହାନ ଦିବସକୁ ଭୁଲ୍‌ କରି କହିଥିବା ହେତୁ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

By amfnews

Related Post