Fri. Dec 27th, 2024

ଲଘୁଚାପ ବର୍ଷା: ଗଜପତିରେ ରାତିସାରା ପ୍ରବଳ ବର୍ଷା, ୫୦୦ ଲୋକଙ୍କୁ ସ୍ଥାନାନ୍ତର

By amfnews Oct 13, 2020 #Featured
177 Views

ଭୁବନେଶ୍ୱର, ଅକ୍ଟୋବର ୧୩ : ବଙ୍ଗୋପସାଗରରେ ଲଘୁଚାପ ବର୍ଷା ପ୍ରଭାବରେ ସୋମବାର ରାତି ସାରା ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ନବରଂଗପୁର ଜିଲ୍ଲାରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । ଗଜପତି ଜିଲ୍ଲାର ୪ଟି ବ୍ଲକରୁ ପ୍ରାୟ ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାର ନଦୀଗୁଡ଼ିକର ଜଳସ୍ତର ବଢ଼ିଛି । ସେହିଭଳି ପାହାଡ଼ ଉପରେ ଥିବା ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତ୍ୱରିତ୍ୱ ପଦକ୍ଷେପ ନିଆଯାଇଛି ।

ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୮ଟାରୁ ଉପକୂଳବର୍ତ୍ତୀ ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ନବରଂଗପୁର, ରାୟଗଡ଼, ଗଜପତି, କଳାହାଣ୍ଡି ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ସେହିପରି ଆଜି ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ । ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି ।

By amfnews

Related Post