115 Views
କୋରାପୁଟ, ଅଗଷ୍ଟ ୨୭ : କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରରେସିଙ୍ଗ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ସଭାରେ କୋରାପୁଟ ଜିଲ୍ଲାପାଳଙ୍କ ସହ ମନ୍ତ୍ରୀ ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ହସପିଟାଲ ସୁପରିଣ୍ଟେଣ୍ଡେନ୍ଟ. ନବରଙ୍ଗପୁର ଜିଲ୍ଲାପାଳ ଏବଂ ହସପିଟାଲର ସି.ଡି.ଏମ.ଓ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଚଣ୍ଡିଗଡରୁ ଅତ୍ୟାଧୁନିକ ପିଜିଆଇ ମେସିନ ଅଣାଯାଇଛି ଯାହା ଦ୍ୱାରା ରାୟଗଡ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ଅଣାଯିବ । ଅଧିକ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯିବ ଏବଂ ଅକ୍ଟୋବର୍ ୧୫ ତାରିଖ ସୁଧା କୋରାପୁଟରେ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲରେ ପରିଣତି ହେବ । ଏମଆରଇର ବ୍ୟବସ୍ଥା ମଧ୍ୟ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ । ୫୦ ଶଯ୍ୟା ବିଶିଷ୍ଟ ଆଇସୋଲସନ ୱ୍ୱାର୍ଡ କରାଯିବ । ଜିଲ୍ଲାକୁ ୧୦୦୦ ଡାକ୍ତର ନିଯୁକ୍ତି ଦିଆଯାଇଛି ଏବଂ ଆଗାମି ୩ବର୍ଷ ମଧ୍ୟରେ ଡାକ୍ତର ସମସ୍ୟାର ସମାଧାନ ହେବ । ମେଡିକାଲ କଲେଜରୁ ପାଶ କରୁଥୁବା ଛାତ୍ରଛାତ୍ରୀମାନେ ଡାକ୍ତରି ପାଶ କରିବାପରେ ରାଜ୍ୟ ସରକାରଙ୍କ ଅଧିନରେ ୨ବର୍ଷ କାମ କରିବେ ବୋଲି କୁହାଯାଇଛି ।