Sat. Nov 2nd, 2024

ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

By amfnews Oct 15, 2018 #Featured
233 Views

ରାଉରକେଲା, ୧୪ା୧୦  : ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ପାୱାରହାଉସ ରୋଡ୍ ଅଞ୍ଚଳରେ ଥିବା ଗଜାନନ୍ଦ ଦୋକାନ ମାଲିକଙ୍କ ଠାରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୃବୃର୍ତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଖବର ମିଳିଛି । ଗତକାଲି ରାତି ପ୍ରାୟ ୧୦ଟା ୪୦ରେ ଗଜାନନ୍ଦ ଦୋକାନ ମାଲିକ ହରିଶ ଅଗ୍ରୱାଲ ନିଜ ଦୋକାନ ବନ୍ଦ କରୁଥିଲେ । ପୂଜା ସମୟ ହୋଇଥିବାରୁ ଦିନ ତମାମ ଦୋକାନରେ ଯାହା ବିକ୍ରି ହୋଇଥିଲା ସେହି ଟଙ୍କାକୁ ଏକ ବ୍ୟାଗରେ ରଖି ଶ୍ରୀ ଅଗ୍ରୱାଲ ହାତରେ ଧରିଥିଲେ ।

ଦୋକାନ ବନ୍ଦ କରିବାକୁ ଆସି ହାତରେ ଧରିଥିବା ଟଙ୍କା ବ୍ୟାଗଟିକୁ ଦୋକାନ ମାଲିକ ତଳେ ରଖି ଦୋକାନର ସଟର ଟାଣୁଥିବା ବେଳେ କିଛି ଦୁବୃର୍ତ୍ତ ଏହି ବ୍ୟାଗଟିକୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ଦୁବୃର୍ତ୍ତମାନେ ମୁହଁରେ କପଡ଼ା ବାନ୍ଧି ଥିବାରୁ ଦୋକାନ ମାଲିକ ସେମାନଙ୍କୁ ଚିହ୍ନିପାରି ନଥିଲେ । ଏନେଇ ଶ୍ରୀ ଅଗ୍ରୱାଲ ପ୍ଲାଣ୍ଟସାଇଟ୍ ଥାନାରେ ରାତି ୧୧ଟାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଏହି ବ୍ୟାଗରେ ୨ ଲକ୍ଷ ୩୪ ହଜାର ଟଙ୍କା ଥିବା ଦୋକାନ ମାଲିକ ଶ୍ରୀ ଅଗ୍ରୱାଲ କହିଥିଲେ । ଶ୍ରୀ ଅଗ୍ରୱାଲଙ୍କ ଅଭିଯୋଗ ଆଧାରରେ ପ୍ଲାଣ୍ଟସାଇଟ୍ ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି ।

By amfnews

Related Post