Sun. Nov 24th, 2024

ରୌପ୍ୟ ପଦକ ପ୍ରାପ୍ତ ଭାରତୀୟ ମହିଳା ହକି ଦଳରେ ପ୍ରତିନିଧିତ୍ୱ କରୁଥିବା ଜିଲାର ୪ ମହିଳା ହକି ଖେଳାଳୀଙ୍କୁ ଆଦର୍ଶ ଯୁବ ପରିଷଦର ଅଭିନନ୍ଦନ

By amfnews Sep 4, 2018 #Featured
100 Views

ରାଉରକେଲା, ୪ା୯ : ଜାକର୍ତ୍ତା ଠାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗତାରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତୀୟ ମହିଳା ହକି ଦଳ । ଫାଇନାଲ୍ ମ୍ୟାଚ୍ରେ ଦଳର ସଦସ୍ୟ ଥିବା ୪ ଜଣ ଓଡ଼ିଆ ଖେଳାଳୀ ଲିଲିମା ମିଞ୍ଜ, ନମିତା ଟପ୍ନୋ, ଦିପଗ୍ରେସ୍ ଏବଂ ସୁନୀତା ଲାକ୍ରା ସାମିଲ୍ ଥିଲେ । ଏମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ୧ କୋଟି ଲେଖାଏଁ ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ।

ଉପରୋକ୍ତ ୪ ମହିଳା ହକି ଖେଳାଳୀ ହକି ଖେଳର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲାରୁ ଦେଶ ପାଇଁ ପ୍ରତିନିଧିତ୍ୱ କରି ଦେଶ ପାଇଁ ଗୌରବ ଆଣିଥିବାରୁ ଆଦର୍ଶ ଯୁବ ପରିଷଦ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଅଧିକରୁ ଅଧିକ ପ୍ରୋତ୍ସାହନ ମିଳିଲେ ସୁନ୍ଦରଗଡ ଜିଲାରେ ଥିବା ବହୁ ଲୁକ୍କାୟିତ ପ୍ରତିଭାମାନେ ଦେଶ ବିଦେଶରେ ଦେଶର ଶ୍ରୀ ବୃଦ୍ଧି କରିପାରନ୍ତେ ବୋଲି ପରିଷଦ ସଭାପତି, ସାଧାରଣ ସମ୍ପାଦକ ଓ କୋଷାଧ୍ୟଙ୍କ ସମେତ ସମସ୍ତ ସଦସ୍ୟମାନେ ଆଶାବ୍ୟକ୍ତ କରିଛନ୍ତି । ଏଥିସହ ରୌପ୍ୟ ବିଜୟୀ ଭାରତୀୟ ମହିଳା ହକି ଦଳକୁ ପରିଷଦ ସଦସ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି ।

By amfnews

Related Post