Thu. Dec 26th, 2024

ରୋଟାରୀ କ୍ଲବ୍ ରାଉରକେଲା ମିଡ୍ଟାଉନ ଓ ଇନରହ୍ୱିଲ କ୍ଲବ୍ ରାଉରକେଲାର ମିଳିତ ଆନୁକୂଲ୍ୟରେ ୭୨ତମ ସ୍ୱାଧୀନତା ଦିବସ ପାଳିତ

rklsanchar@gmail.com' By J.N. Pradhan Aug 17, 2018 #Featured
177 Views

ରାଉରକେଲା, ୧୭ା୮ : ରୋଟାରୀ କ୍ଲବ୍ ରାଉରକେଲା ମିଡ୍ଟାଉନ ଓ ଇନରହ୍ୱିଲ କ୍ଲବ୍ ରାଉରକେଲାର ମିଳିତ ଆନୁକୂଲ୍ୟରେ ୭୨ତମ ସ୍ୱାଧୀନତା ଦିବସ ସେକ୍ଟର-୭ସ୍ଥିତ ଅନ୍ଧମୂକ ବଧିର (ଡିଫ୍) ସ୍କୁଲ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆର୍ଏସ୍ପିର ଅବସରପ୍ରାପ୍ତ ଜିଏମ୍ ନାରାୟଣ ପତି ଓ ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବ୍ ମିଡ୍ଟାଉନ ସଭାପତି ସତୀଶ ଅଗ୍ରୱାଲ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଡିଫ୍ ଚେୟାରମ୍ୟାନ ବିନୟ ଗୁପ୍ତା, ଡ.ସୁବୋଧ କୁମାର ମେହେର, ମୁକେଶ ଭଜିକା, ଗୌତମ ଶର୍ମା, ଆଲୋକ ବାଗାଡିଆ, ରାମୋତର ଅଗ୍ରୱାଲ, ମନଜିତ ସିଂହ ଆରୋରା, କୁଳମଣି ମିଶ୍ର, ଜି.ଡି. ଅଗ୍ରୱାଲ, ଜିତେନ୍ଦ୍ର ପ୍ରସାଦ, ସଞ୍ଜୟ ଅଗ୍ରୱାଲ, ଡ.ପି.କେ. ବର୍ମା, ସଞ୍ଜୟ ପୁରୋହିତ, ଅସୀମ ମହାନ୍ତି, ରଶ୍ମିତା ମହାନ୍ତି ଓ ଇନରହ୍ୱିଲ କ୍ଲବ୍ ସଭାପତି ପ୍ରତିମା ମହାପାତ୍ର, ନୀତୁ ଅଗ୍ରୱାଲ, ପୁଜା ଅଗ୍ରୱାଲ, ମାଧବୀ ପୁରୋହିତ, ଆଶା ଶର୍ମା, ଅରୁଣା ବର୍ମା, ମହିମା ମହାପାତ୍ର, ରୁନା ମହାନ୍ତି, ରୀତା ମିଶ୍ର, ରୀତା ପ୍ରଧାନ, ମଞ୍ଜୁରାଣୀ ମେହେର, ମୀତୁ କେଡିଆଙ୍କ ସମେତ ସ୍କୁଲ ଅଧ୍ୟକ୍ଷା ମାଳବିକା ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ସହ ସାମୁହିକ ଜାତୀୟ ସଙ୍ଗୀତ ଗାନ କରିଥିବା ବେଳେ ସମସ୍ତଙ୍କୁ ସ୍ନାକ୍ସ ପ୍ୟାକେଟ୍ ପ୍ରଦାନ କରାଯାଇଥିଲା । କ୍ଲବ୍ ପକ୍ଷରୁ ସେକ୍ଟର-୭ ସ୍ଥିତ ଏହି ସ୍କୁଲକୁ ବିଗତ ୮ ବର୍ଷ ଧରି ପୋଷ୍ୟସ୍କୁଲ ଭାବେ କରାଯାଇଥିବା ନେଇ ରୋଟାରୀ କ୍ଲବ୍ ରାଉରକେଲା ମିଡ୍ଟାଉନ ସଭାପତି ସତୀଶ ଅଗ୍ରୱଲ ସୂଚନା ଦେଇଥିଲେ । ଇତିମଧ୍ୟରେ ସ୍କୁଲର ଭିତ୍ତିଭୂମିରେ ଅଧିକ ଉନ୍ନତି ପାଇଁ ସାମୁହିକ ଭାବେ ମତପ୍ରକାଶ ପାଇଥିଲା ।

ମୁଖ୍ୟ ଅତିଥି ତଥା ଆର୍ଏସ୍ପିର ଅବସରପ୍ରାପ୍ତ ଜିଏମ୍ ନାରାୟଣ ପତି କ୍ଲବ୍ର କାର୍ଯ୍ୟଶୈଳୀର ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଚଳିତ ବର୍ଷ ସ୍କୁଲର ଭିତ୍ତିରେ ଆହୁରି ଉନ୍ନତି କରାଯିବା ସହ ଗୁଣବତ୍ତା ଶିକ୍ଷାଦାନ ଉପରେ ଗୁରତ୍ୱ ପ୍ରଦାନ କରାଯିବ ବୋଲି ସ୍କୁଲ ଅଧ୍ୟକ୍ଷ ବିନୟ ଗୁପ୍ତା ସୂଚନା ଦେଇଥିଲେ । ଏହି ଅବସରରେ ରୋଟାରିଆନ ସଞ୍ଜୟ ଅଗ୍ରୱାଲ ଓ ଇନରହ୍ୱିଲ ସଭ୍ୟା ପୁଜା ଅଗ୍ରୱାଲ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ ।

Related Post