ରାଉରକେଲା, ୧୦/୭: ରୋଟାରୀ କ୍ଲବ ରାଉରକେଲା କୁଇନ୍ (ରୋଟାରୀ ଡିଷ୍ଟ୍ରିକ୍ଟ-୩୨୬୧) ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ କ୍ଲବ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଡ. ନିଖିଲେଶ ତ୍ରିବେଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ପ୍ଲାଷ୍ଟିକ ବର୍ଜନ କରିବା, ପରିବେଶ ସୁରକ୍ଷା କରିବା ଆଦି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।
ବହୁଳ ଭାବେ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ଆମ ପରିବେଶ ଉପରେ ପଡ଼ୁଥିବା ଏହାର କୁପ୍ରଭାବ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିବା ସହ ପ୍ଲାଷ୍ଟିକ ବ୍ୟବହାରରୁ ଯଥା ସମ୍ଭବ ଦୂରେଇ ରହିବାକୁ ଆହ୍ୱାନ ଜଣାଇଥିଲେ । ତେଣୁ ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ଏକ ଗୁରୁଦାୟିତ୍ୱ ବୋଲି ଡ. ତ୍ରିବେଦୀ କହିଥିଲେ । ଏହି ଅବସରରେ କ୍ଲବର ୪୦ ଜଣ ସଦସ୍ୟଙ୍କୁ କାନଭାସ୍ରେ ପ୍ରସ୍ତୁତ ବ୍ୟାଗ ବଣ୍ଟନ କରାଯାଇଥିଲା । ଏସବୁ ବ୍ୟାଗରେ ପନିପରିବା ସହିତ ଫଳମୂଳ ନେବାଆଣିବା କରାଯାଇ ପାରିବ । ପ୍ରଥମେ କ୍ଲବର ସଦସ୍ୟମାନେ ଏହାର ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଏଥିପାଇଁ ମୁମ୍ବାଇ କ୍ଲବ ପକ୍ଷରୁ ୧୫୦ ବ୍ୟାଗ ଅଣାଯାଇଛି । ଏସବୁ ବ୍ୟାଗ ବିଭିନ୍ନ ଦୋକାନରେ ଶସ୍ତା ଦରରେ ବିକ୍ରି କରିବାକୁ କ୍ଲବ ନିଷ୍ପତ୍ତି ନେଇଛି । କ୍ଲବର ସଭାପତି ହରପାଲ ରୁପ୍ରା ଓ ସମ୍ପାଦିକା ରଶ୍ମି ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କ୍ଲବର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।