Fri. Mar 13th, 2026

ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ଅନ୍ୟ ଜଣେ ରୋଗୀଙ୍କ ଜୀବନ ଗଲା

142 Views

ଆନନ୍ଦପୁର  :   କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି।  ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆନନ୍ଦପୁର ପୌରାଞ୍ଚଳ ୬ ନମ୍ବର ଓ୍ୱାର୍ଡର ଗୌତମ ମୁଖି ।

ବାତ ରୋଗ ଯୋଗୁଁ ୨ ଦିନ ତଳେ ଗୌତମ  ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ସଂଧ୍ୟାରେ ସେ ଡାକ୍ତରଖାନାର ପାଚେରୀ ପାଖରେ ପରିସ୍ରା କରୁଥିଲେ।  ଅନ୍ୟ ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ ମୁଗୁପୁର ଗାଁର ବଳରାମ ଦଳେଇଙ୍କ ନଜରରେ ଏହା ପଡ଼ିବାରୁ ସେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ । ଫଳରେ ଗୌତମଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।ଗତ କାଲି ଗୌତମଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଛି । ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତ ମୁଗୁପୁର ଗାଁର ବଳରାମ ଦଳେଇଙ୍କୁ  ଗିରଫ କରିଛି ପୁଲିସ୍‌। ବଳରାମ ନିଜ ସ୍ତ୍ରୀଙ୍କ ପାଖରେ  ଆଟେଣ୍ଡାଣ୍ଟ ଥିଲେ ।

By amfnews

Related Post