Fri. Dec 27th, 2024

ରୋଗୀ ସେବାରେ ଗୁଣାତ୍ମକମାନ ବୃଦ୍ଧି ପାଇଁ ଚେଷ୍ଟା ଜାରି ରହିବ – ବିଧାୟକ : ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଶିଳାନ୍ୟାସ

rklsanchar@gmail.com' By J.N. Pradhan Jul 11, 2018 #Featured
232 Views

ରାଉରକେଲା, ୧୧/୭ : ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଗତ ବର୍ଷ ମାନଙ୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଆଗାମୀ ଦିନରେ ରୋଗୀ ସେବାରେ ଗୁଣାତ୍ମକମାନ ବୃଦ୍ଧି ପାଇଁ ନିରନ୍ତର ଚେଷ୍ଟା ଜାରି ରହିଛି ବୋଲି ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ କହିଚନ୍ତି । ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହମିରପୁର ଠାରେ ରାଜ୍ୟ ସରକାରଙ୍କ ପକ୍ଷଣ ନିର୍ମାଣ ହେବାକୁ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ତରାଇ ଏହା କହିଛନ୍ତି ।

ଏହି ଅବସରରେ ବିଧାୟକ ଶ୍ରୀ ତରାଇ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇ ଉଦାହରଣ ସୃଷ୍ଟି କରିଛନ୍ତି । ଗରିବ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ରାଜ୍ୟ ଦେଶରେ ପ୍ରଥମ ରାଜ୍ୟ ଯିଏକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଦା ଯୋଗାଇ ଦିଆଯାଉଛି ।

ଏହି କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଅଞ୍ଚଳର ବସ୍ତି ବାସିନ୍ଦା ତଥା ଅଣବସ୍ତି ବାସିନ୍ଦାଙ୍କୁ ତୁରନ୍ତ ଓ ନିକଟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ପ୍ରୟାସରେ ପ୍ରାୟ ୭୫ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ ହେବାକୁ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କୋଠା ନିର୍ମାଣର ଶିଳାନ୍ୟାସ କରିଥିଲେ । ରାଉରକେଲା ପୂର୍ତ୍ତ ବିଭାଗ ପକ୍ଷରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ନଗର ସଭାପତି ସୁଧୀର ସୁନ୍ଦରରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିଳାନ୍ୟାସ କାର୍ଯ୍ୟକ୍ରମ ଶେଷ ପରେ ବିଧାୟକ ଶ୍ରୀ ତରାଇ ସ୍ଥାନୀୟ ବସ୍ତି ଅଞ୍ଚଳରେ ଜନସାଧାରଣଙ୍କୁ ଭେଟି ସ୍ଥାନୀୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଦସ୍ୟ ନିରଞ୍ଜନ ଦାସ, ବରିଷ୍ଠ ବଂଶୀଧର ପରିଡା, ପ୍ରହ୍ଲାଦ ନାୟକ, ଚନ୍ଦ୍ରକାନ୍ତ ସାହୁ, ଅଗସ୍ତି ଦାସ, ଗ୍ରାବିଏଲ ବାରା, ବରଦା ପ୍ରସନ୍ନ ଦାସ, ସୁଜିତ ସ୍ୱାଇଁ, ସତ୍ୟନାରାୟଣ ସାହୁ, ବିକାଶ ଚୌଧୁରୀ, ଭୂଷଣ ସେଠୀ, ସଂଜୀବ ପଣ୍ଡା, ଗଣେଶ ପଣ୍ଡା, ମନୋଜ ସାହୁ, ପ୍ରକାଶ ଗୁପ୍ତା, ମିଟୁ ମହାନ୍ତି, ମୁନା ସ୍ୱାଇଁ, ସଂଜୟ ରଜକ, ରାଜେଶ ରଜକ, ଗଣେଶ କୁମ୍ଭାର, ରବି କୁମ୍ଭାର, ଅନୀତା ମହାନନ୍ଦିଆ, ହେମଲତା ପ୍ରଧାନ, ରୀତା ବାଗ, ବସନ୍ତ ଭୂୟାଁ, ସୁଧା ରଜକ, ସଂଯୁକ୍ତା ରାୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Related Post