Sat. Mar 7th, 2026
298 Views

 

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ମାଲକାନଗିରି ଜିଲ୍ଲାରେ ଦୁଇଟି ମାର୍ଗରେ ପ୍ରଦତ୍ତ ସମୟ ଅନୁସାରେ ରୋଗୀ ଓ ସେମାନଙ୍କ ସହାୟକମାନଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାଆସିବା ପାଇଁ ମାଗଣା  ଓଏସ୍ଆରଟିସି ସେବା ଅକ୍ଟୋବର ୨୬ ତାରିଖଠାରୁ ଉପଲବ୍ଧ ହେବ।

ଗୋଟିଏ ବସ୍ ସକାଳ ୬.୩୦ ମିନିଟରେ  ଜନତାପାଇଠାରୁ  ବାହାରି ଯାନବାଇ, ଚିତ୍ରକୋଣ୍ଡା, ବାଲିମେଳା ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୧୦ଟାରେ ପହଞ୍ଚିବ ଏବଂ ପୁଣି ଅପରାହ୍ଣ ୪ଟାରେ ମାଲକାନଗିରିରୁ ବାହାରି ଉକ୍ତ ମାର୍ଗ ଦେଇ ପ୍ରତ୍ୟାବର୍ତ୍ତନ କରି ଜନତାପାଇରେ ରାତି ୭.୩୦ରେ  ପହଞ୍ଚିବ।

ଅନ୍ୟବସଟି  ସକାଳ ୬.୩୦ ମିନିଟରେ  ମୋଟୁରୁ ବାହାରି ଏମ୍.ଭି-୭୯, କାଲିମେଳା, ପଟେରୁ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାଲକାନଗିରିରେ ଦିନ ୧୦ଟାରେ ପହଞ୍ଚିବ ଏବଂ ପୁଣି ଅପରାହ୍ଣ ୪ଟାରେ ମାଲକାନଗିରିରୁ ପ୍ରତ୍ୟାବର୍ତ୍ତନ କରି ରାତି ୭.୩୦ ମିନିଟରେ  ମୋଟୁରେ ପହଞ୍ଚିବା ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନେ ଏହା ଦ୍ୱାରା ଚିକିତ୍ସାସେବା ପାଇବା ସହ ବହୁଳ ଭାବେ ଉପକୃତ ହେବେ ବୋଲି ବାଣିଜ୍ୟ ଓ ପରିବହନବିଭାଗ ସୂତ୍ରରୁ ପ୍ରକାଶ।

By amfnews

Related Post