Mon. May 12th, 2025

ରେଞ୍ଜ ଅଫିସର ପଦୋନ୍ନତି ପ୍ରସଂଗରେ ନିୟମ ଉଲ୍ଲଂଘନ ଅଭିଯୋଗ, ରାଜ୍ୟ ସରକାରଙ୍କୁ ସ୍ୟାଟ୍‌ଙ୍କ ନୋଟିସ୍

By amfnews Jun 29, 2019 #Featured
130 Views

କଟକ : ଜଙ୍ଗଲ ଓ ପରିବେଶ ବିଭାଗରେ ରେଞ୍ଚ ଅଫିସର ପଦକୁ ପଦୋନ୍ନତି ପ୍ରସଂଗରେ ନିୟମ ଉଲ୍ଲଂଘନ ଅଭିଯୋଗ କରି ଦାୟର ମାମଲା‌ରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ସ୍ୟାଟ୍ କାର୍ଯ୍ୟକାରୀ ଅଧ୍ୟକ୍ଷ ଜ୍ଞାନରଂଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକ ବନଖଣ୍ଡ ଅଧିନରେ କାର୍ଯ୍ୟରତ ଡେପୁଟି ରେଞ୍ଜର ପ୍ରଶାନ୍ତ କୁମାର ବସ୍ତିଅଙ୍କ ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶୀଭୂଷଣ ଜେନା ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ ସତ୍ୟଜିତ ବେହେରା ଓ ଚନ୍ଦନ କୁମାର ସାହୁ ତାଙ୍କୁ ସହାୟତା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜଙ୍ଗଲ ଓ ପରିବେଶ ବିଭାଗରେ କାର୍ଯ୍ୟରତ ଥିବା ଡେପୁଟି ରେଞ୍ଜରଙ୍କୁ ରେଞ୍ଜ ଅଫିସର ପଦବିକୁ ପଦୋନ୍ନତି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହାପରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ଥିବା କେତେକ ଅଧିକାରୀଙ୍କ ନାଁ ବିଭାଗୀୟସ୍ତରୀୟ ପଦୋନ୍ନତି କମିଟିକୁ ସୁପାରିଶ କରାଯାଇଥିଲା। ଓଡ଼ିଶା ସବ୍-ଅର୍ଡିନେଟ୍ ଫରେଷ୍ଟ ସର୍ଭିସ୍ (ମେଥଡ ଅଫ୍ ରିକ୍ରୁଟ୍‌ମେଣ୍ଟ ଆଣ୍ଡ୍ କଣ୍ଡିସନ୍ସ ଅଫ୍ ସର୍ଭସ୍) ରୁଲ୍ ଉଲ୍ଲଂଘନ କରି କେତେକ ପ୍ରାର୍ଥୀଙ୍କ ନାଁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ନିୟମ ଅନୁସାରେ ତାଲିକାରେ ସ୍ଥାନ ପାଇବାକୁ ଥିବା ପ୍ରାର୍ଥୀଙ୍କୁ ଏଥିରୁ ବାଦ ଦିଆଯାଇଛି ବୋଲି ଅଭିଯୋଗ ହୋଇଥିଲା। ଏହି ପ୍ରସଂଗ ନେଇ ଆବେଦନକାରୀ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିୟମ ଅନୁସାରେ ଡେପୁଟି ରେଞ୍ଜର ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଥିବାବେଳେ ରେଞ୍ଜ ଅଫିସରଙ୍କ ପାଇଁ ଯୁକ୍ତ ଦୁଇ ବିଜ୍ଞାନ ସହ କମ୍ପ୍ୟୁଟର ଜ୍ଞାନ ଆବଶ୍ୟକ। କିନ୍ତୁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କ ନାଁ ପଦୋନ୍ନତି ସୁପାରିଶ ତାଲିକାରେ ସ୍ଥାନ ପାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ନିୟମ ପାଳନ କରି ଓ ଆଇନ ଅନୁସାରେ ପଦୋନ୍ନତି ଦିଆଯାଉ ବୋଲି ଦର୍ଶାଇ ଆବେଦନକାରୀ ସ୍ୟାଟରେ ମାମଲା ରୁଜୁ କରିଛନ୍ତି। ମାମଲାରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଓ ପିସିସିଏଫଙ୍କୁ ପକ୍ଷଭୁକ୍ତ କରାଯାଇଛି।

By amfnews

Related Post