Tue. Dec 24th, 2024

ରିମ୍ସରେ ୨୦୧୮ ବର୍ଷର ପିଜିଡିଏମ୍ ଛାତ୍ରଛାତ୍ରୀଙ୍କ ସ୍ୱାଗତୋତ୍ସବ

rklsanchar@gmail.com' By J.N. Pradhan Aug 31, 2018 #Featured
405 Views

ରାଉରକେଲା, ୩୧ା୮ : ରିମ୍ସ କନଫରେନ୍ସ ହଲରେ ୨୦୧୮ ବର୍ଷର ପିଜିଡିଏମ୍ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରିମ୍ସ ଚେୟାର ପର୍ସନ ନଳିନୀପ୍ରଭା ପଟ୍ଟନାୟକ ପିଜିଡିଏମ୍ ପାଠ୍ୟକ୍ରମରେ ଚାକିରୀ କରିବାର ବହୁତ ସୁଯୋଗ ରହିଛି ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହି ପାଠ୍ୟକ୍ରମ ମାର୍କେଟ ଚାହିଦାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।

ଏଣୁ ଛାତ୍ରଛାତ୍ରୀମାନେ ଏହାକୁ ଗୁରୁତ୍ୱ ଦେଇ ରିମ୍ସ୍ ଭଳି ଏକ ଉତ୍ତମ ବି-ସ୍କୁଲର ଶିକ୍ଷାଦାନକୁ ଗ୍ରହଣ କରି ନିଜକୁ ଗ୍ଲୋବାଲ ମାର୍କେଟରେ ସାମିଲ୍ କରିବା ସହ ନିଜ ଭବିଷ୍ୟତକୁ ଉଜ୍ଜଳ କରିପାରିବେ ବୋଲି ଶ୍ରୀମତୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ମାଧ୍ୟମରେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ପିଜିଡିଏମ୍ ଇନ୍ଚାର୍ଜ ଡ.ସୁବ୍ରତ ପଟ୍ଟନାୟକ, ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ଡ.କେ.କେ. ପାତ୍ର, ଡ.ଶ୍ରୀକୁମାର, ଡ.ସନ୍ତୋଷ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ପିଜିଡିଏମ୍ ପାଠ୍ୟକ୍ରମର ବର୍ତ୍ତମାନ ବଜାର ଚାହିଦା ରହିଛି । ଏହା ଏମ୍ବିଏ ତୁଳନାରେ ଯଥେଷ୍ଟ ଭଲ ବୋଲି ବକ୍ତାମାନେ ମତବ୍ୟକ୍ତ କିରବା ସହ ପିଜିଡିଏମ୍ ପାଠ୍ୟକ୍ରମ ମେଟେରିଆଲ ଉପରେ ମଧ୍ୟ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ରିମ୍ସ ସବୁବେଳେ ବଜାର ଚାହିଦାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଆସିଛି । ଏଣୁ ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସଦୁପଯୋଗ କରି ନିଜର ଭବିଷ୍ୟତ ଗଢି ପାରିବେ । ଉତ୍ସବରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ରିମ୍ସ ଫାକଲଟି ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Related Post